ନେତାଙ୍କ ରାଲି ପାଇଁ ଆଖିବୁଜିଲା ନବଜାତକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ନେତାଙ୍କ ରାଲି ପାଇଁ ଆଖିବୁଜିଲା ନବଜାତକ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଡାକ୍ତରଖାନା ଯାଉଥିବା ବାଟରେ ଟ୍ରାଫିକ୍‌ ଛକ ପଡିଲା। ଅଟକିଗଲା ଆମ୍ବୁଲାନ୍ସ। ୭ ମାସର ଛୋଟ ଶିଶୁଟିଏ ଠିକ୍‌ ସମୟରେ ପହଞ୍ଚି ପାରିଲାନି ଡାକ୍ତରଖାନା। ଆଉ ସବୁଦିନ ପାଇଁ ଆଖି ବୁଜିଦେଲା।

ସବୁଠାରୁ ଦୁଃଖର କଥା ହେଉଛି, ସେତେବେଳେ କୌଣସି ଟ୍ରାଫିକ୍‌ ଜାମ୍‌ ହୋଇ ନ ଥିଲା ବରଂ ଜଣେ ନେତାଙ୍କ ରାଲି ପାଇଁ ଟ୍ରାଫିକ୍ ନିୟନ୍ତ୍ରଣ କରାଯାଇଥିଲା। ଅଟକି ରହିଥିବା ଗାଡ଼ି ମଝିରେ ଆମ୍ବୁଲାନ୍ସ ଫସିଯିବାରୁ ଘଟିଲା ଏମିତି ଅଘଟଣ।

ଘଟଣା ଘଟିଛି ହରିଆଣା ସୋନିପତରେ। ହରିଆଣା କଂଗ୍ରେସ ମୁଖ୍ୟ ଅଶୋକ ତନୱା ଏକ ସାଇକେଲ୍ ରାଲିର ଆୟୋଜନ କରିଥିଲେ। ଏଥିପାଇଁ ମଙ୍ଗଳବାର ସକାଳେ କିଛି ସମୟ ପାଇଁ ଟ୍ରାଫିକ୍‌ ନିୟନ୍ତ୍ରଣ କରାଯାଇଥିଲା। ହେଲେ ଏହି ସମୟରେ ଭିଡ଼ ଭିତରେ ଫସି ଯାଇଥିଲା ଆମ୍ବୁଲାନ୍ସ।

ଅଭିଯୋଗ ଅନୁସାରେ ଆମ୍ବୁଲାନ୍ସ ଯିବାରେ ବିଳମ୍ବ ହେବା ଯୋଗୁ ସେଥିରେ ଚିକିତ୍ସା ଅପେକ୍ଷାରେ ଥିବା ୭ ମାସର ଶିଶୁର ପ୍ରାଣ ଚାଲି ଯାଇଥିଲା।

ତେବେ ଦୁଇ ଦିନ ତଳେ ହୋଇଥିବା ଏହି ଘଟଣାକୁ ନେଇ ଆଜି ମାମଲା ରୁଜୁ କରିଛି ପୁଲିସ।  ସେପଟେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ୍ ଅଶୋକ ତନୱାଙ୍କୁ ଏଥିପାଇଁ ଦାୟୀ କରିଛନ୍ତି । ହେଲେ ଏହାକୁ ନେଇ ଓଲଟା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ଅଶୋକ।



from Odisha Reporter https://ift.tt/2wjJelC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages