
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଜାମ୍ମୁ କାଶ୍ମୀରର ନୂତନ ରାଜ୍ୟପାଳ ଭାବେ ସତ୍ୟପାଲ ମଲ୍ଲିକ ଶପଥ ନେଇଛନ୍ତି। ପ୍ରାୟ ୫୦ ବର୍ଷ ଧରି ପ୍ରଶାସନିକ ଅଧିକାରୀ କିମ୍ବା ସେନା ଅଧିକାରୀମାନଙ୍କୁ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ଦାୟିତ୍ୱ ଦିଆଯାଉଥିଲା। ଏବେ କିନ୍ତୁ ଏହି ଧାରାରେ ପରିବର୍ତ୍ତନ ହୋଇଛି।
ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ସତ୍ୟପାଳ ମଲ୍ଲିକ କେନ୍ଦ୍ରରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ଏନ.ଏନ. ଭୋରା ଜାମ୍ମୁ କାଶ୍ମୀରର ରାଜ୍ୟପାଳ ଦାୟିତ୍ୱରେ ଥିଲେ। ପିଡିପି ମେଣ୍ଟରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିବା ପରେ ଜାମ୍ମୁ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହୋଇଛି।
ଅନ୍ୟପକ୍ଷରେ ବିହାରରେ ସତ୍ୟପାଲ ମଲ୍ଲିକଙ୍କ ସ୍ଥାନରେ ଲାଲ୍ଜୀ ଟଣ୍ଡନଙ୍କୁ ଦାୟିତ୍ୱ ଦିଆଯାଇଛି। ନୂତନ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଲାଲ୍ଜୀ। ଆଜି ପାଟନାରେ ଲାଲ୍ଜୀ ଟଣ୍ଡନ ଶପଥ ଗ୍ରହଣ କରିଛନ୍ତି। ବିହାର ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇଥିଲେ।
from Odisha Reporter https://ift.tt/2N8FLxp
No comments:
Post a Comment