
ବାଲେଶ୍ୱର (ରଣଜିତ୍ ପାକଳ): ବାଲେଶ୍ୱର ରେଳ ଷ୍ଟେସନ୍ ପରିସରରେ ଥିବା ଏସ୍ବିଆଇ ଏଟିଏମ୍ରୁ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି।
ଲୁଟ୍ ଉଦ୍ୟମ କରୁଥିବା ବେଳେ ପୁଲିସ୍ ୨ ଜଣ ଲୁଟେରାକୁ ଗିରଫ କରିଛି। ସେମାନଙ୍କଠାରୁ ଏଟିଏମ୍ କାର୍ଡ, ଟ୍ରେନ୍ ଟିକେଟ୍ ଓ ବିମାନ ଟିକେଟ୍ ଜବତ କରାଯାଇଛି।
ଗତକାଲି ବିଳମ୍ୱିତ ରାତିରେ ଲୁଟେରାମାନେ ଏଟିଏମ୍ର ବ୍ୟାଟେରୀ ଚ୍ୟାମ୍ୱର ତାଡ଼ି କନେକ୍ସନ୍ କାଟୁଥିଲେ। ଏହି ସମୟରେ ମୁମ୍ୱାଇରେ ଥିବା ସେଣ୍ଟ୍ରାଲ୍ ଡାଟା ବେସ୍ ଅଫିସ୍କୁ ମେସେଜ୍ ଯାଇଥିଲା। ଏହାପରେ ସେମାନେ ସହଦେବଖୁଣ୍ଟା ପୁଲିସ୍କୁ ଖବର ଦେଇଥିଲେ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଧରିଥିଲା। ହେଲେ ସେଠାରୁ ସେମାନଙ୍କର ୫ରୁ ଅଧିକ ସହଯୋଗୀ ଖସି ପଳାଇ ଯିବାରେ ସକ୍ଷମ ହୋଇଥିଲେ। ଏହି ଲୁଟେରାମାନଙ୍କର ଏକ ବଡ଼ ରାକେଟ୍ ଥିବା ପୁଲିସ୍ ଅନୁମାନ କରୁଛି। ଏନେଇ ପୁଲିସ୍ ତଦନ୍ତ କରୁଛି।
from OdishaReporter https://ift.tt/2OLxXTu
No comments:
Post a Comment