ପ୍ରିୟ ବନ୍ଧୁଙ୍କୁ ରାଶି ଅନୁସାରେ ଦିଅନ୍ତୁ ଉପହାର, ବଦଳି ଯିବ ତାଙ୍କ ଭାଗ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ପ୍ରିୟ ବନ୍ଧୁଙ୍କୁ ରାଶି ଅନୁସାରେ ଦିଅନ୍ତୁ ଉପହାର, ବଦଳି ଯିବ ତାଙ୍କ ଭାଗ୍ୟ

friendship

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯିଏ ଉଭୟ ସୁଖ ଓ ଦୁଃଖରେ ପାଖରେ ଛିଡ଼ା ହୁଏ, ସେ ହେଉଛି ପ୍ରକୃତ ବନ୍ଧୁ। ଏହା ସବୁ ସମ୍ପର୍କଠାରୁ ଉପରେ। ଆପଣଙ୍କର ବି କେହି ନା କେହି ପ୍ରିୟ ବନ୍ଧୁ ଥିବେ, ଯାହାଙ୍କୁ ଆପଣ ନିଜ ମନର କଥା ଖୋଲି କହୁଥିବେ। କୌଣସି ପର୍ବପର୍ବାଣୀ ହେଉକି ଜନ୍ମଦିନ, ପ୍ରିୟ ବନ୍ଧୁଙ୍କୁ ନିଶ୍ଚିତ ଉପହାର ଦେଉଥିବେ। ହେଲେ ଜାଣିଛନ୍ତି, ପ୍ରିୟ ବନ୍ଧୁଙ୍କୁ କେଉଁ ପ୍ରକାର ଉପହାର ଦେଲେ ତାଙ୍କର ଶୁଭ ହୋଇଥାଏ? ଜ୍ୟୋତିଷ ଶାସ୍ତ୍ରରେ ଏ ସଂପର୍କରେ ଉଲ୍ଲେଖ ରହିଛି। ତା’ହେଲେ ଆସନ୍ତୁ ଜାଣିବା ରାଶି ଅନୁସାରେ ବନ୍ଧୁଙ୍କୁ କେଉଁ ପ୍ରକାର ଉପହାର ଦେଲେ ତାଙ୍କର ଶୁଭ ହୋଇଥାଏ।

ମେଷ: ଆପଣଙ୍କ ବନ୍ଧୁଙ୍କର ରାଶି ଯଦି ମେଷ, ତା’ହେଲେ ତାଙ୍କୁ ଲାଲ୍ ରଙ୍ଗର ଉପହାର ଦିଅନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲାଲ୍ ରଙ୍ଗର କୌଣସି ମୋବାଇଲ୍‌ ତାଙ୍କୁ ଗିଫ୍ଟ କରନ୍ତୁ, ଏହା ତାଙ୍କ ଭାଗ୍ୟ ବଦଳାଇ ଦେଇପାରେ।

ବୃଷ: ସାଙ୍ଗର ରାଶି ବୃଷ ହୋଇଥିଲେ, ଧଳା ରଙ୍ଗର ଉପହାର ଦିଅନ୍ତୁ। ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ୍ କିମ୍ବା ପର୍‌ଫ୍ୟୁମ୍‌ ଉପହାରରେ ଦିଅନ୍ତୁ, ଏହା ତାଙ୍କ ପାଇଁ ଶୁଭ ହେବ।

ମିଥୁନ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ସବୁଜ ରଙ୍ଗ ଶୁଭ। ଆପଣଙ୍କ ପ୍ରିୟ ବନ୍ଧୁଙ୍କ ରାଶି ମିଥୁନ୍ ହୋଇଥିଲେ ତାଙ୍କୁ ସବୁଜ ରଙ୍ଗର ଡ୍ରେସ୍‌ ଉପହାରରେ ଦିଅନ୍ତୁ, ତାଙ୍କ ଭାଗ୍ୟ ବଦଳି ଯିବ।

କର୍କଟ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ବନ୍ଧୁଙ୍କ ରାଶି କର୍କଟ, ତେବେ ଧଳା ରଙ୍ଗର ଉପହାର ଦିଅନ୍ତୁ। ବିଶେଷ କରି ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ କିମ୍ବା ଆକ୍ୱାରିୟମ୍‌ ଗିଫ୍ଟ କରନ୍ତୁ। ଏହା ତାଙ୍କ ପାଇଁ ଶୁଭପ୍ରଦ ହେବ।

ସିଂହ: ଏହି ରାଶିର ବନ୍ଧୁଙ୍କୁ କମଳା ରଙ୍ଗର ଉପହାର ଦିଅନ୍ତୁ। ପର୍ସ କିମ୍ବା ଷ୍ଟାଇଲିସ୍‌ ଘଣ୍ଟା ଏମାନଙ୍କ ପାଇଁ ଶୁଭ ହେବ।

କନ୍ୟା: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବାଦାମୀ ରଙ୍ଗ ଶୁଭ। ବନ୍ଧୁଙ୍କୁ ବାଦାମୀ ରଙ୍ଗର ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ, ପର୍ସ କିମ୍ବା ଷ୍ଟାଲିସ୍‌ ଘଣ୍ଟା ଉପହାରରେ ଦେଇପାରିବେ।

ତୁଳା: ଧଳା ରଙ୍ଗ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ। ତେଣୁ ବନ୍ଧୁଙ୍କୁ ଉପହାର ଦେବା ବେଳେ ରୁପା ବସ୍ତୁ ଦିଅନ୍ତୁ।

ବିଛା: ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଲାଲ୍ ରଙ୍ଗ ଶୁଭ। ତେଣୁ ବନ୍ଧୁଙ୍କୁ ଉପହାରରେ ଲାଲ ଟି-ସାର୍ଟ କିମ୍ବା ଲାଲ୍ ରଙ୍ଗର ଚଷମା ଦିଅନ୍ତୁ। ଏହା ତାଙ୍କ ଭାଗ୍ୟ ବଦଳାଇ ଦେଇପାରେ।

ଧନୁ: ହଳଦିଆ ରଙ୍ଗ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ। ଯଦି ସମ୍ଭବ ବନ୍ଧୁଙ୍କୁ ସୁନାର କୌଣସି ଜିନିଷ ଉପହାରରେ ଦିଅନ୍ତୁ।

ମକର: ନୀଳ ଓ କଳା ରଙ୍ଗ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ। ଉପହାରରେ ପ୍ରିୟବନ୍ଧୁଙ୍କୁ ଆପଣ ଏହି ରଙ୍ଗର କୌଣସି ବି ବସ୍ତୁ ଦେଇପାରିବେ।

କୁମ୍ଭ: ନୀଳ, ଆକାଶୀ ଓ ଗୋଲାପୀ ରଙ୍ଗ ଏମାନଙ୍କ ପାଇଁ ଶୁଭ। ଏହି ରଙ୍ଗର ଉପହାର ବନ୍ଧୁଙ୍କୁ ଦେଇପାରିବେ। ଚାହିଁଲେ, ଫେବ୍ରିକ୍‌ ଗିଫ୍ଟ ମଧ୍ୟ ଦେଇପାରିବେ। ଏହା ବି ସେମାନଙ୍କ ଭାଗ୍ୟ ପରିବର୍ତ୍ତନ କରିପାରେ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି।

ମୀନ: ହଳଦିଆ ଓ ନୀଳ ରଙ୍ଗ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ। ତେଣୁ ବନ୍ଧୁଙ୍କୁ ଏହି ରଙ୍ଗର ଯକୌଣସି ଉପହାର ଦେଇପାରିବେ।



from OdishaReporter https://ift.tt/2OLCSUE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages