ଦିଲ୍ଲୀରୁ ଫେରିଲେ ପପୁ, ସୁସ୍ଥ ଅଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ଦିଲ୍ଲୀରୁ ଫେରିଲେ ପପୁ, ସୁସ୍ଥ ଅଛନ୍ତି

papu

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍ସରେ ରୁଟିନ୍ ଚେକ୍‌ ଅପ୍‌ କରାଇବା ପରେ ଭୁବନେଶ୍ୱର ଫେରି ଆସିଛନ୍ତି କମେଡି କିଙ୍ଗ୍ ତତ୍ୱପ୍ରକାଶ ଶତପଥୀ ଓରଫ୍ ପପୁ ପମ୍ ପମ୍।

ସେ ଏବେ ସଂପୂର୍ଣ୍ଣ ସୁସ୍ଥ ଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ସେ ଖୁବ୍‌ଶୀଘ୍ର ଅଭିନୟ ଦୁନିଆକୁ ଫେରିବେ।

ପପୁ ଗତ ଜୁଲାଇ ୧୦ ତାରିଖରେ ସୁସ୍ଥ ହୋଇ ଦିଲ୍ଲୀରୁ ଫେରିଥିଲେ। ଦୁଇ ଦିନ ତଳେ ସେ ଚେକ୍‌ ଅପ୍ ପାଇଁ ଦିଲ୍ଲୀ ଯାଇଥିଲେ। ଅବଶ୍ୟ ସେଦିନ ଖବର ଆସି ସେ ପୁଣି ଗୁରୁତର ହୋଇପଡ଼ିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ମେ’ ୧୫ ତାରିଖରେ ତାଙ୍କୁ ଚିକିତ୍ସା ପାଇଁ ନୂଆଦିଲ୍ଲୀ ସ୍ଥିତ ଏମ୍‌ସକୁ ନିଆଯାଇଥିଲା। ପପୁ ସୁଟିଂ ସେଟ୍‌ରୁ ଫେରିବା ସମୟରେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ପ୍ରଥମେ ତାଙ୍କୁ ଭୁବନେଶ୍ୱରର ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ପରେ ଦିଲ୍ଲୀ ଏମ୍‌ସକୁ  ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ସେ (ଅଗ୍ନାଶୟ) ପାନ୍‌କ୍ରିୟାସ ଜନିତ ରୋଗରେ ଶିକାର ହୋଇଥିବା ଜଣା ପଡ଼ିଥିଲା। ସେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ଆଇସିୟୁରେ ଚିକିତ୍ସାଧୀନ ଥିଲେ। ଜୁଲାଇ ୧୦ ତାରିଖରେ ପପୁ ସୁସ୍ଥ ହୋଇ ଫେରିବା ପରେ ସୋସିଆଲ୍ ମିଡିଆରେ ତାଙ୍କ ଭଲ ହେବା ଖବର ନିଜେ ଏକ ଭିଡିଓ ମାଧ୍ୟମରେ ଜାରି କରିଥିଲେ।

 



from Odisha Reporter https://ift.tt/2oqQNnc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages