
ଚେନ୍ନାଇ(ଓଡ଼ିଶା ରିପୋର୍ଟର): ପତ୍ନୀଙ୍କୁ ନିଜ ପୁରୁଷତ୍ୱର ପ୍ରମାଣ ଦେବାକୁ ଯାଇ ନିଜର ସେକ୍ସ ଭିଡିଓ ଭାଇରାଲ୍ କରିଛନ୍ତି ଜଣେ ଯୁବକ। କଥାଟା ଶୁଣି ଆପଣ ହଡବଡ଼େଇ ଯିବେଣି।
ବାସ୍ତବରେ ଘଟଣାଟା ହେଉଛି ହାଇଦ୍ରାବାଦ୍ର। ଏଠାରେ ଏକ ଅଶ୍ଲୀଳ ଭିଡିଓ ଭାଇରାଲ୍ ହେବାପରେ ଏବେ ସବୁଆଡେ ଚର୍ଚ୍ଚା। ଆଉ ଏଇ ଭିଡିଓ ଭାଇରାଲ୍ କରିଥିବା ଯୁବକ ବି ୟା ଭିତରେ ଗିରଫ ହୋଇ ସାରିଲେଣି। ହେଲେ ନିଜ ଭିଡିଓ ଭାଇରାଲ୍ କରିବା ପଛର କାରଣ ଶୁଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହେବେ।
କିଛି ମାସ ତଳେ ରତିକାନ୍ତ ନାମକ ଜଣେ ୩୨ ବର୍ଷୀୟ ଯୁବକ ରିତିଶା ନାମ୍ନୀ ଯୁବତୀଙ୍କୁ(ଉଭୟ ଛଦ୍ମନାମ) ବିବାହ କରିଥିଲେ। ହେଲେ ଦିନ କେଇଟା ପରେ ରିତିଶା ବାପ ଘରକୁ ଚାଲି ଯାଇଥିଲେ। ଘରେ ସମସ୍ତଙ୍କୁ କହି ବୁଲିଥିଲେ ଯେ, ତାଙ୍କୁ ବିବାହ କରିଥିବା ଯୁବକ ଜଣକ କୁଆଡେ ନପୁଂସକ। ସେକ୍ସ କରିବା ପାଇଁ ତାଙ୍କର କ୍ଷମତା ନାହିଁ। ଏ କଥା ଘରେ ଜାଣିବା ପରେ ରିତିଶା ନିକଟସ୍ଥ ଥାନାରେ ରତିକାନ୍ତଙ୍କ ବିରୋଧରେ ଏତଲା ଦାୟର କରିଥିଲେ। ଏପରିକି ସ୍ୱାମୀଙ୍କଠାରୁ ଅଲଗା ହୋଇଯିବାକୁ କୋର୍ଟଙ୍କ ଆଶ୍ରୟ ମଧ୍ୟ ନେଇଥିଲେ।
ହେଲେ ରତିକାନ୍ତ ଏଭଳି ଅପବାଦକୁ ସହିପାରି ନ ଥିଲେ। ନିଜ ପୁରୁଷତ୍ୱର ପ୍ରମାଣ ଦେବାକୁ ଯାଇ ଅନ୍ୟ ଜଣେ ଯୁବତୀଙ୍କ ସହ ନିଜ ଅନ୍ତରଙ୍ଗ ମୁହୁର୍ତ୍ତକୁ ମୋବାଇଲରେ କଏଦ କରିଥିଲେ । ଆଉ ଏହି ଭିଡିଓକୁ ବାପ ଘରେ ଥିବେ ପତ୍ନୀ ରିତିଶା, ଶାଶୂ , ଶ୍ୱଶୂର, ଖୁଡିଶାଶୂ ଓ ଦାଦା ଶ୍ୱଶୂରଙ୍କ ମୋବାଇଲକୁ ପଠାଇଥିଲେ।
ଇଣ୍ଡିଆ ଟୁଡେର ପ୍ରକାଶିତ ଖବରରୁ ଜଣାପଡ଼ିଛି ଯେ, ଏ ଭିଡିଓ ପ୍ରେରଣ କରିଥିବାରୁ ଜ୍ୱାଇଁପୁଅଙ୍କ ନାଁରେ ଶ୍ୱଶୂର ଘର ଲୋକେ ଚେନ୍ନାଇର ଏକ ଥାନାରେ ଅଭିଯୋଗ କରିଛନ୍ତି। ଆଉ ଏହି ଅଭିଯୋଗ ଆଧାରରେ ପୋଲିସ ଏବେ ରତିକାନ୍ତଙ୍କୁ ଗିରଫ କରିଛି। ହେଲେ କାହାଣୀ ପଛର ଟୁଇଷ୍ଟ ଏବେ ବି ଟୁଇଷ୍ଟ୍ ହୋଇ ରହିଛି। କାରଣ ରତିକାନ୍ତ ନପୁଂସକ ନା ରିତିଶାଙ୍କ ମନ ଆଉ କୋଉଠି ଲାଗିଛି, ସେ ଆଡ଼କୁ ତଦନ୍ତ ଏବେ ମୁହାଁଇନାହିଁ।
from OdishaReporter https://ift.tt/2O15VCi
No comments:
Post a Comment