ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବସନ୍ତ ପଣ୍ଡା: ସାଇକେଲ୍‌ରେ ମୃତଦେହ ଶ୍ମଶାନ ବୁହାହେବା କ’ଣ ‘ଆମ ଗାଁ ଆମ ବିକାଶ’? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବସନ୍ତ ପଣ୍ଡା: ସାଇକେଲ୍‌ରେ ମୃତଦେହ ଶ୍ମଶାନ ବୁହାହେବା କ’ଣ ‘ଆମ ଗାଁ ଆମ ବିକାଶ’?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଗଣମାଧ୍ୟମରେ ‘ଆମ ଗାଁ ଆମ ବିକାଶ’ ବିଜ୍ଞାପନ ପ୍ରକାଶ ପାଇଛି। ଆଉ ଏହି ବିଜ୍ଞାପନ ତଳେ ‘ସାଇକେଲ୍‌ରେ ଶ୍ମଶାନ’ ଶୀର୍ଷକ ଖବର ପ୍ରକାଶ ପାଇଛି। ଯେଉଁଥିରେ ଭିଣୋଇ ନିଜ ଶାଳୀର ମୃତଦେହକୁ ସାଇକେଲ୍‌ରେ ଶ୍ମଶାନକୁ ବୋହି ନେଉଛି। ଏହା କ’ଣ ଆମ ଗାଁର ବିକାଶ? ତାହାହେଲେ, ଏହା କେଉଁ ପ୍ରକାର ବିକାଶ? ରାଜ୍ୟ ସରକାର ଏପରି ବିଜ୍ଞାପନ ଦେଇ କେଉଁ ବିକାଶର ବାର୍ତ୍ତା ଦେବାକୁ ଚାହିଁଛନ୍ତି? ଏହାଠାରୁ ଆଉ କ’ଣ ଲଜ୍ଜାଜନକ ଖବର ଥାଇପାରେ? ଏଥିପାଇଁ ଆମ ରାଜ୍ୟ ସମଗ୍ର ବିଶ୍ୱ ଦରବାରରେ କ’ଣ ନିନ୍ଦିତ ହୋଇନି? ଯେତେବେଳେ ଭିଣୋଇ ନିଜ ଶାଳୀର ମୃତଦେହକୁ ସାଇକେଲ୍‌ରେ ବୋହି ନେଉଥିଲେ, ସେତେବେଳେ ବିଜୁ ଯୁବ ବାହିନୀର କର୍ମକର୍ତ୍ତା କେଉଁଠି ଥିଲେ? ସେମାନେ କ’ଣ କରୁଥିଲେ ବୋଲି ଆଜି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ରାଜ୍ୟର ମୁଖ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଛନ୍ତି।

ଭୁବନେଶ୍ୱରରେ ହୋଇଥିବା ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି-“ଆମ ମୁଖ୍ୟମନ୍ତ୍ରୀ କଠିନ ପ୍ରରିଶ୍ରମୀ ଓ ଶ୍ରେଷ୍ଠ ପ୍ରଶାସକ। କିନ୍ତୁ ସେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଓଡ଼ିଆ ଭାଷା ଜାଣିନଥିବା ନେତୃତ୍ୱ ଓ ଏକ କୋଟେରୀ ଗୋଷ୍ଠୀ ରାଜ୍ୟ ଚଳାଉଛନ୍ତି। ଏହା ଆଜି ହୃଦୟଙ୍ଗମ ହେଉଛି। ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ବୋଲି ଆଜି ପ୍ରମାଣିତ ହୋଇଯାଇଛି।”

ସେ ଆହୁରି କହିଛନ୍ତି-“ବଡ଼ ଦୁଃଖ ଲାଗେ ଯେତେବେଳେ ଏଭଳି ଘଟଣା ରାଜ୍ୟରେ ବାରମ୍ୱାର ଘଟେ। ସାମାଜିକ ବାସନ୍ଦ ପାଇଁ ବୌଦ୍ଧରେ ଶାଳୀର ମୃତଦେହ ବୋହିବା ଘଟଣା ଘଟିବା ପୂର୍ବରୁ ନାରାୟଣପାଟଣାରେ କାନ୍ତାର ଜୀବନ ଖଟିଆରେ ଯାଇଥିଲା। ସେହିପରି ନାକ୍‌ଟିଦେଉଳରେ ଭାଇ ଓ ଭଉଣୀ ମାଆର ମୃତଦେହକୁ ଶଗଡ଼ରେ ବୋହି ନେଇଥିଲେ। ସୋହେଲାରେ ମାଆର ମୃତଦେହକୁ ଦୁଇ ଝିଅ ବୋହି ନେଇଥିଲେ। ଯାଜପୁରର ନଗଡ଼ା ପରେ କୁନି ମୁଣ୍ଡାର ମୃତଦେହକୁ ନାବାଳକ ପିଲାମାନେ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ବୋହି ନେଇଥିଲେ। ତଥାପି ରାଜ୍ୟ ସରକାରଙ୍କର ନିଦ ଭାଙ୍ଗିନି। କଥାରେ ଅଛି ‘ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ’। ଏହା କ’ଣ ସମଗ୍ର ରାଜ୍ୟ ପାଇଁ ଲଜ୍ଜାର ବିଷୟ ନୁହେଁ। ଏଥିପାଇଁ କ’ଣ ଓଡ଼ିଶା ସମଗ୍ର ବିଶ୍ୱରେ ଲଜ୍ଜିତ ହୋଇନି? ଏହା କ’ଣ ଓଡ଼ିଶାବାସୀଙ୍କ ପାଇଁ ଅପମାନ ନୁହେଁ କି? ଏହାର ବିଚାର ରାଜ୍ୟବାସୀ କରିବେ।”

ବୈଜୟନ୍ତ ପଣ୍ଡା ବିଜେପି ଗାମୁଛା ପକାଇଥିବା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ବସନ୍ତ ପଣ୍ଡା କହିଛନ୍ତି-“ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନକୁ ଅନୁପ୍ରାଣିତ ହୋଇ ଯେଉଁମାନେ ବିଜେପିରେ ମିଶିବେ, ସେମାନଙ୍କୁ ଆମେ ସ୍ୱାଗତ କରିବୁ। ଆମେ ଏ ସମ୍ପର୍କରେ ଗଣମାଧ୍ୟମକୁ ମଧ୍ୟ ଜଣାଇବୁ।”



from OdishaReporter https://ift.tt/2OA6lAV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages