ପଶ୍ଚିମବଙ୍ଗର ସୀମା ଫଳକ ଭାଙ୍ଗିଦେଲା ଓଡ଼ିଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 28, 2018

ପଶ୍ଚିମବଙ୍ଗର ସୀମା ଫଳକ ଭାଙ୍ଗିଦେଲା ଓଡ଼ିଶା

balasore

ଜଳେଶ୍ୱର(ଅଜିତ ଦାସ): ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଫଳକ ବିବାଦ ତେଜିଛି। ଦୁଇ ରାଜ୍ୟର ସୀମା ବିବାଦକୁ ନେଇ ଦୀଘା- ଉଦୟପୁରରେ ଉତ୍ତେଜନା ପ୍ରକାଶ ପାଇଛି।

ଓଡ଼ିଶା ସୀମାକୁ ଲଙ୍ଘନ କରି ଲଗାଯାଇ ଥିବା ପଶ୍ଚିମବଙ୍ଗର ଫଳକକୁ ଆଜି ବାଲେଶ୍ୱର ଜିଲ୍ଲା ପ୍ରଶାସନ ଭାଙ୍ଗି ଦେଇଛି। ଏହାକୁ କିଛି ଦିନ ତଳେ ପଶ୍ଚିମବଙ୍ଗ ସରକାର ଲଗାଇଥିଲା। ତେବେ ଏହା ଓଡ଼ିଶା ସୀମାର ୨୦ ଫୁଟ୍‌ ଭିତରେ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରାଜସ୍ୱ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ଅବଗତ କରାଯାଇଥିଲା।

ହେଲେ ପଶ୍ଚିମବଙ୍ଗ ସରକାର କୌଣସି ପଦକ୍ଷେପ ନନେବାରୁ ଆଜି ଜିଲ୍ଲା ପ୍ରଶାସନ ସେହି ଫଳକକୁ ଭାଙ୍ଗି ଦେଇଛି। ସ୍ଥିତିକୁ ନଜରରେ ରଖି ଘଟଣା ସ୍ଥଳରେ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

ଉତ୍ତର ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ମଧ୍ୟରେ ଉଦୟପୁର ବେଳାଭୂମି ଅନ୍ୟତମ। ଏହି ରାସ୍ତାରେ ପଶ୍ଚିମବଙ୍ଗ ସରକାର ବେଆଇନ ଭାବେ ଏକ ସୂଚନା ଫଳକ ନିର୍ମାଣ କରିଥିଲା। ଯାହାଫଳରେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ଭ୍ରମରେ ପଡ଼ୁଥିଲେ। ଏହାକୁ ନେଇ ବାଲେଶ୍ୱରର ବୁଦ୍ଧିଜୀବୀଙ୍କ ମଧ୍ୟରେ ଉଦ୍‌ବେଗ ମଧ୍ୟ ପ୍ରକାଶ ପାଇଥିଲା।

ଶେଷରେ ରାଜ୍ୟ ପ୍ରଶାସନ ଚେଇଁଛି। ସୂଚନା ଫଳକ ଉଠାଇ ନେବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ପତ୍ର ଲେଖିବା ପରେ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନି। ଶେଷରେ ବାଧ୍ୟହୋଇ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଫଳକକୁ ଭାଙ୍ଗି ଦେଲା।



from Odisha Reporter https://ift.tt/2Pbzm5e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages