କଂଗ୍ରେସରେ ବଢୁଛି ଅସନ୍ତୋଷ: ଚପାଇବା ପାଇଁ ମୁଖିଆ ବାହାର କଲେ ଏମିତି ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

କଂଗ୍ରେସରେ ବଢୁଛି ଅସନ୍ତୋଷ: ଚପାଇବା ପାଇଁ ମୁଖିଆ ବାହାର କଲେ ଏମିତି ଉପାୟ

ଭୁବନେଶ୍ୱର (ଓଡିଶା ରିପୋର୍ଟର): ୪ମାସର କସରତ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଢ଼ିଥିବା ନିଜର ବିଶାଳ ଟିମକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଯାହାକୁ ପ୍ରଶମିତ କରିବା ପାଇଁ ଦଳ ପକ୍ଷରୁ ଏବେ ଆଉ କିଛି ନେତାଙ୍କୁ ନିର୍ବାଚନମଣ୍ଡଳୀସ୍ତରୀୟ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯିବ ବୋଲି ଜଣାପଡ଼ିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପିସସି ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ମଧ୍ୟରେ ଆଲୋଚନା ପରେ ନୂଆ କମିଟିକୁ ନେଇ ଅସନ୍ତୁଷ୍ଟ ଥିବା ନେତାଙ୍କୁ ବିଧାନସଭା ମଣ୍ଡଳୀସ୍ତରୀୟ ପ୍ରଭାରୀ ନିଯୁକ୍ତି ପାଇଁ ସହମତି ହୋଇଥିବା ଜଣାପଡ଼ିଛି।

ଦଳର ଜଣେ ବରିଷ୍ଠ ନେତା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆଜି ନୂଆଦିଲ୍ଲୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଏଆଇସିସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି ବିଭିନ୍ନ ରାଜ୍ୟର ନେତାମାନଙ୍କ ସହ ଆଲୋଚନା କରିଥିଲେ। ଏହି ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ମଧ୍ୟ ଉପସ୍ଥିତ ଥିଲେ। ପିସିସି କମିଟିରେ ସମସ୍ତ ନେତାଙ୍କୁ ସାମିଲ କରିବା ସମ୍ଭବପର ହୋଇନି। ତେଣୁ କିଛି ନେତା ଅସନ୍ତୁଷ୍ଟ ଥିବା ଦଳର ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି।

“ଅନେକ ଯୋଗ୍ୟ ଓ ଦକ୍ଷ ନେତାମାନଙ୍କୁ କୌଣସି କମିଟିରେ ନିଆଯାଇନି। ତେଣୁ କିଛି ନେତାଙ୍କୁ ନିର୍ବାଚନମଣ୍ଡଳୀର ପ୍ରଭାରୀ ନିଯୁକ୍ତି ଦିଆଯାଇ ସେମାନଙ୍କ ଅଧୀନରେ ୩ରୁ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରଖାଯିବ। ଯେଉଁମାନେ କି ସିଧାସଳଖ ଏଆଇସିସି ସହ ଯୋଗସୂତ୍ରରେ ରହିବେ । ନିର୍ବାଚନ ସମୟରେ ସେମାନଙ୍କ ମାଧ୍ୟମରେ ହିଁ ସବୁକିଛି ପରିଚାଳିତ ହେବ। ଅବଶ୍ୟ ଏହି ନେତାମାନେ ନିର୍ବାଚନ ଲଢ଼ିବାର ସମ୍ଭାବନା କ୍ଷୀଣ” ବୋଲି ସମ୍ପୃକ୍ତ ବରିଷ୍ଠ ନେତା ‘ଓଡ଼ିଶା ରିପୋର୍ଟର’କୁ କହିଛନ୍ତି।

ସେ ଆହୁରି କହିଛନ୍ତି, ” ଯଡି ପିସିସି ଚାହିଁବ, ତାହେଲେ ଅଧିକ ସଂଖ୍ୟକ ଦଳୀୟ ସମ୍ପାଦକ ନିଯୁକ୍ତି ଦେବାକୁ ପ୍ରସ୍ତାବ ପଠାଇପାରିବ। ନିର୍ବାଚନ ବର୍ଷରେ ପିସିସି କମିଟିରେ ରହି ସାଂଗଠନିକ କାର୍ଯ୍ୟ ଉପରେ ନେତାମାନେ ଗୁରୁତ୍ୱ ଦେବା ଉଚିତ୍।”
ଏଆଇସିସି ବୈଠକରେ ରାଫେଲ୍ କିଣା ବ୍ୟାପାରରେ ହୋଇଥିବା ଦୁର୍ନୀତି ବିରୋଧରେ କଂଗ୍ରେସ ଦେଶବ୍ୟାପୀ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ସେ କହିଛନ୍ତି ।

ଅପରପକ୍ଷରେ ଆଜିର ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,”ରାଫେଲ୍ ଡିଲକୁ ନେଇ ହୋଇଥିବା ଦୁର୍ନୀତି ବିରୋଧରେ ଜିଲ୍ଲାସ୍ତରରେ ଆନ୍ଦୋଳନ ଜୋରଦାର ହେବ। ଏହା ଦେଶର ସବୁଠୁ ବଡ଼ ଦୁର୍ନୀତି, ରାଫେଲ୍ ଦୁର୍ନୀତିରେ ଅନୀଲ ଅମ୍ବାନୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ସହଯୋଗ କରିଛନ୍ତି।”

ସେହିପରି ରାଫେଲ କିଣା ପ୍ରସଙ୍ଗ ଉଠାଇ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ କୋରାପୁଟର ‘ହାଲ’ରେ ଜେଟ୍ ପ୍ଲେନ୍ ନିର୍ମାଣ ହୋଇପାରିଥାନ୍ତା ଓ ହଜାର ହଜାର ଯୁବକଙ୍କୁ ନିଯୁକ୍ତି ମିଳିପାରିଥାନ୍ତା। ତେଣୁ ରାଫେଲ୍ ଡିଲକୁ ନେଇ ଓଡ଼ିଶାକୈନ୍ଦ୍ରିକ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସେ କହିଛନ୍ତି ।



from Odisha Reporter https://ift.tt/2Bub04y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages