କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହେଲେ ୪ ଖଣି ସଂସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହେଲେ ୪ ଖଣି ସଂସ୍ଥା

କେନ୍ଦୁଝର(ପ୍ରଣୟ ପାଣି): ବେଆଇନ୍‌ ଖଣି ଖନନ ପାଇଁ ସମ୍ପତ୍ତି ବାଜ୍ୟାପ୍ତି ମାମଲାରେ କେନ୍ଦୁଝର୍ ଜିଲ୍ଲାପାଳଙ୍କ କୋର୍ଟରେ ଆଜି ୪ଟି ଖଣି ଉତ୍ତୋଳନକାରୀ ସଂସ୍ଥା ନିଜ ପକ୍ଷ ରଖିଛନ୍ତି। ତେବେ ହାଜିରା ନୋଟିସ୍ ପାଇ ଥିବା ଦର୍ଶାଇ ଅନ୍ୟ ୨ଟି ଖଣି ସଂସ୍ଥା ଜିଲ୍ଲାପାଳଙ୍କ କୋର୍ଟକୁ ଆସି ନ ଥିଲେ।

ଶାହା କମିଶନଙ୍କ ରିପୋର୍ଟକୁ ଆଧାର କରି ପରିବେଶ ଓ ଜଙ୍ଗଲ ଅନୁମତି ନ ଥିବା ଖଣି କର୍ତ୍ତୃପକ୍ଷଙ୍କ ଉପରେ ଶତ ପ୍ରତିଶତ ଜରିମାନା ଆଦାୟ ପାଇଁ ସରକାରୀ ନୋଟିସ୍‌ ଜାରି ହୋଇଥିଲା। ଏପରିକି ଉକ୍ତ ବେଆଇନ୍‌ ଖଣି ଖନନକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ଆଧାରରେ ଆଜି ୬ଟି ଖଣି ଖନନକାରୀ ସଂସ୍ଥା ବା ତାଙ୍କ ଓକିଲ ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିବାର ଥିଲା।

ଆଜି ହାଜର ହେବାକୁ ଥିବା ୬ ଖଣି ସଂସ୍ଥା ମଧ୍ୟରୁ ଓଏମ୍‌ଡିସି ଠାକୁରାଣୀ, ଏମ୍‌.କେ.ଦାସ, ବି.ସି.ଦେବ, ଓ ସରୋଜିନି ପ୍ରଧାନ ଖଣି ପକ୍ଷରୁ ସେମାନଙ୍କ ପ୍ରତିନିଧି କୋର୍ଟରେ ହାଜର ହୋଇଥିବା ବେଳେ ନୋଟିସ୍‌ ପାଇ ନ ଥିବା ଦର୍ଶାଇ ଅର୍ଜୁନ ଲୋଧା, ଟି.ବି. ଲାଲ ଖଣି ସଂସ୍ଥା ପକ୍ଷରୁ କେହି ଆସି ନ ଥିଲେ।

.ସୂଚନାଯୋଗ୍ୟ, ୨୦୧୭ ଡିସେମ୍ୱର ୩୧ ତାରିଖ ସୁଦ୍ଧା ବେଆଇନ୍‌ ଖଣି ଖନନ ପାଇଁ ଶତପ୍ରତିଶତ ଜରିମାନା ଆଦାୟ କରିବାକୁ ସର୍ବୋଚ୍ଚ ଅଦାଲତ ନିଜ ରାୟରେ ପ୍ରକାଶ କରିଥିଲେ। ଶାହା କମିଶନଙ୍କ ରିପୋର୍ଟକୁ ଆଧାର କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେବାପରେ ରାଜ୍ୟ ସରକାର ସମ୍ପୃକ୍ତ ଖଣି କମ୍ପାନୀଗୁଡିଙ୍କୁ ନୋଟିସ୍‌ ଜାରି କରିଥିଲେ।

ମାତ୍ର ବେଆଇନ ଖଣି ଉତ୍ତୋଳନ କରି ରାଜସ୍ୱ ଦେଉ ନ ଥିବା ଖଣି କମ୍ପାନୀଗୁଡିକ ଉକ୍ତ ନୋଟିସ୍‌କୁ ବେଖାତିର କରିଥିଲେ। ଜରିମାନା ଅବଧି ସରିଯିବା ପରେ ମଧ୍ୟ ଖଣି କମ୍ପାନୀଗୁଡିକ ଜରିମାନା ଅର୍ଥ ଦେବାରେ ଅବହେଳା କରିଥିଲେ।

ତେଣୁ ରାଜସ୍ୱ ଫାଙ୍କିଥିବା ଖଣି ମାଲିକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଥିଲା। ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି(ଓପିଡିଆର) ଆକ୍ଟ ମୁତାବକ ଯୋଡ଼ା ଖଣି ଉପନିର୍ଦ୍ଦେଶକ ଓ କେନ୍ଦୁଝର ଖଣି ଅଧିକାରୀ ବକେୟା ଅର୍ଥ ଆଦାୟ ପାଇଁ କେନ୍ଦୁଝର ଜିଲ୍ଳାପାଳଙ୍କ ଅଦାଲତରେ ୩୧ଟି ଖଣିର ୨୩ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।  ପରେ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଗତ ୨୩ ଜୁନ୍‌ରେ ନିର୍ଦ୍ଦେଶ ଦିଆଯାଇଥିଲା।

ହେଲେ ଏହା କରିବା ପୂର୍ବରୁ ଜିଲ୍ଲାପାଳଙ୍କ ନ୍ୟାୟିକ ବିଭାଗ ସମ୍ପୃକ୍ତ ୨୩ ଜଣ ମାଲିକଙ୍କୁ ନିଜେ କିମ୍ୱା ନିଜର ଓକିଲଙ୍କ ଦ୍ୱାରା ହାଜର ହୋଇ ନିଜର ପକ୍ଷ ରଖିପାରିବେ ବୋଲି ଅବଗତ କରିଥିଲେ।

ଏଥିନିମନ୍ତେ ଜିଲ୍ଲାପାଳଙ୍କ କୋର୍ଟ ସମ୍ପୃକ୍ତ ଖଣି ସଂସ୍ଥାଗୁଡିକୁ ଏକ ମାସରୁ ଊର୍ଦ୍ଧ୍ୱ ସମୟ ପ୍ରଦାନ କରିଥିଲେ। ୩ ପର୍ଯ୍ୟାୟରେ ଖଣି ମାଲିକ/ଓକିଲ ହାଜର ହେବାକୁ ନୋଟିସ୍‌ ଜାରି ହୋଇଥିଲା।

ପ୍ରଥମ ଦଫାରେ ୯ ଖଣି ସଂସ୍ଥାର ପ୍ରତିନିଧି କୋର୍ଟରେ ହାଜର ହୋଇ ପକ୍ଷ ରଖି ସାରିଥିବା ବେଳେ, ଗତ ୪ ତାରିଖରେ ଆଉ ୮ ଖଣିର ପ୍ରତିନିଧି ହାଜର ହୋଇ ନିଜ ପକ୍ଷ ରଖିଥିଲେ। ଶେଷ ତଥା ଅନ୍ତିମ ପର୍ଯ୍ୟାୟରେ ଆଜି ଆଉ ୬ ଖଣିର ପ୍ରତିନିଧି ହାଜର ହୋଇ ନିଜ ନିଜର ପକ୍ଷ ରଖିବାର ଥିଲା।



from Odisha Reporter https://ift.tt/2Bvp7Hc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages