ସେଓ କିପରି ଖାଇଲେ କ୍ୟାନସର୍‌ ଏବଂ ଶ୍ୱାସ ଦୂର ହେବ, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 16, 2018

ସେଓ କିପରି ଖାଇଲେ କ୍ୟାନସର୍‌ ଏବଂ ଶ୍ୱାସ ଦୂର ହେବ, ଜାଣନ୍ତୁ

apple23

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେଓ ଶରୀର ପାଇଁ କେତେ ଉପକାରୀ, ଏହା ଆମ ସମସ୍ତଙ୍କୁ ଜଣା। ଏଥିରେ ଭିଟାମିନ୍‌-ଏ, ଭିଟାମିନ୍‌-ସି, ପୋଟାସିୟମ୍‌, ଫାଇବର୍‌, କାର୍ବୋହାଇଡ୍ରେଡ୍‌ ଭରପୂର ପରିମାଣରେ ରହିଥାଏ। ଗୋଟିଏ ସେଓରେ ୯୫ ପ୍ରତିଶତ କ୍ୟାଲୋରି ରହିଥାଏ।

ତେବେ ଗୋଟିଏ ପ୍ରଶ୍ନ ଉଠୁଛି, ଆପଣ ସେଓ ଚୋପା ସହିତ ଖାଇଥା’ନ୍ତି ନା ଚୋପା ଛଡ଼ାଇ ଖାଇଥା’ନ୍ତି? ଆପଣ ଦେଖିଥିବେ, କିଛି ଲୋକ ପେଷ୍ଟିସାଇଡସ୍‌ ଭୟରେ ସେଓରୁ ଚୋପା ଛଡ଼ାଇ ଖାଇଥା’ନ୍ତି।Health-Benefits-of-Apple-Peel

କିନ୍ତୁ ବଡ଼ କଥା ହେଉଛି, ସେଓ ଆପଣଙ୍କ ଶରୀର ପାଇଁ କେତେ ଜରୁରୀ, ଏହା ନିର୍ଭର କରିଥାଏ, ଆପଣ ଏହାକୁ କିପରି ଖାଉଛନ୍ତି। ଆପଣଙ୍କର ଖାଇବାର ଶୈଳୀ ହିଁ କହିବ, ଏହା ଆପଣଙ୍କ ଶରୀର ଉପରେ କିପରି ପ୍ରଭାବ ପକାଇଥାଏ। ଆସନ୍ତୁ, ଜାଣିବା ସେଗୁଡ଼ିକ କ’ଣ କ’ଣ?

apple2୧.ଗୋଟିଏ ସେଓର ଚୋପାରେ ପାଖାପାଖି ୪.୪ ଗ୍ରାମ୍‌ ଫାଇବର୍‌ ରହିଥାଏ।
ଏହି ଚୋପାରେ ଥିବା ସୋଲ୍ୟୁବୁଲ୍‌ ଏବଂ ଇନ୍‌ସୋଲ୍ୟୁବୁଲ୍‌ ଦୁଇ ପ୍ରକାର ଫାଇବର୍‌ ମଧ୍ୟରୁ ୭୭ ପ୍ରତିଶତ ଇନ୍‌ସୋଲ୍ୟୁବୁଲ୍‌ ଫାଇବର୍‌ ରହିଛି।
୨.ଏଥିରେ ଥିବା ଫାଇବର୍‌ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ।
୩.ଏହା ବ୍ୟତୀତ ସୋଲ୍ୟୁବୁଲ୍‌ ଫାଇବର୍‌ ବ୍ଲଡ୍‌ ସୁଗାର୍‌ ଏବଂ କୋଲେଷ୍ଟ୍ରଲ୍‌ର ସ୍ତରକୁ କମ୍‌ କରିଥାଏ। Top-5-Benefits-Of-Apple-Peel-For-Skin-Hair-And-Health-1
୪.ସେଓରେ ଥିବା ଭିଟାମିନ୍‌-ସିର ଅଧା ଅଂଶ ଏହାର ଚୋପାରେ ହିଁ  ରହିଥାଏ। ଏଥିପାଇଁ ସେଓ ସବୁବେଳେ ଚୋପା ସହିତ ଖା’ନ୍ତୁ।
୫.୨୦୦୭ରେ ‘କର୍ଣ୍ଣେଲ୍‌ ବିଶ୍ୱବିଦ୍ୟାଳୟ’ର ହୋଇଥିବା ଏକ ସର୍ଭେ ଅନୁସାରେ ସେଓର ଚୋପାରେ ‘ଟ୍ରିଟର୍‌ପେନୋଏଡସ୍‌’( triterpenoids) କମ୍ପାଉଣ୍ଡ୍‌ ମିଳିଥାଏ। ଏହି କମ୍ପାଉଣ୍ଡ୍‌ କ୍ୟାନ୍‌ସର୍‌ ସୃଷ୍ଟି କରୁଥିବା କୋଷକୁ ନଷ୍ଟ କରି ଦେଇଥାଏ।

୬. ଯେଉଁମାନେ ନିଜର ଓଜନ କମ୍‌ କରିବା ପାଇଁ ଚାହୁଁଛନ୍ତି, ସେମାନେ ସେଓକୁ ଚେପା ସହିତ ଖା’ନ୍ତୁ। ସେଓର ଚୋପାରେ ଅର୍ସୋଲିକ୍‌ ଏସିଡ୍‌ ରହିଥାଏ। ଯାହା ମାଂସପେଶୀରେ ଥିବା ଫ୍ୟାଟ୍‌କୁ କମ୍‌ କରିଥାଏ।
୭. ଇଲିନୋଇସ୍‌ ବିଶ୍ୱବିଦ୍ୟାଳୟର ସର୍ଭେ ଅନୁସାରେ ସେଓର ଚୋପାରେ ପୋଟାସିୟମ୍‌, କ୍ୟାଲ୍‌ସିୟମ୍‌,ଫୋଲେଟ୍‌, ଆଇରନ୍‌ ଏବଂ ଫସ୍‌ଫରସ୍‌ ରହିଛି। ଏହି ସମସ୍ତ ମିନେରାଲ୍ସ୍‌ ହାଡ଼କୁ ମଜବୁତ୍‌ କରିବାରେ ସାହାଯ୍ୟ କରିଥାଏ।



from OdishaReporter https://ift.tt/2OBjsAX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages