ଗାଧୋଉ ଥିବା ବେଳେ ଭାସିଗଲେ ୧୧, ଉଦ୍ଧାର ହେଲେ ୪୫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 16, 2018

ଗାଧୋଉ ଥିବା ବେଳେ ଭାସିଗଲେ ୧୧, ଉଦ୍ଧାର ହେଲେ ୪୫

ଶିବାପୁରୀ: ମଧ୍ୟପ୍ରଦେଶର ଶିବାପୁରୀ ଜିଲ୍ଲା ସୁଲତାନଗଡ଼ ଜଳ ପ୍ରପାତରେ ଭାସି ୧୧ ଜଣ ନିଖୋଜ ହୋଇଯାଇଛନ୍ତି।  ତେବେ ଅନ୍ୟ ୪୫ ଜଣଙ୍କୁ ବେଶ୍‌ ନାଟକୀୟ ଢଙ୍ଗରେ ଉଦ୍ଧାର କରାଯାଇଛି।

ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ନିୟୋଜିତ ହୋଇଛନ୍ତି।

ବାହାରୁ ଆସିଥିବା ଏକ ପର୍ଯ୍ୟଟକ ଦଳ ଜଳ ପ୍ରପାତରେ ଗାଧୋଉଥିବା ବେଳେ ନିକଟସ୍ଥ ଡ୍ୟାମ୍‌ରୁ ହଠାତ୍‌ ବନ୍ୟା ଜଳ ଛଡ଼ାଯାଇଥିଲା।  ଫଳରେ ଜଳସ୍ତର ବୃଦ୍ଧି ପାଇବାରୁ ଏଠାରେ ଗାଧୋଉଥିବା ଲୋକମାନେ ଭାସି ଯାଇଥିଲେ।

ସ୍ଥାନୀୟ ଏସ୍‌ପି କହିଛନ୍ତି, “ ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଥମେ ୫ ଜଣ ଓ ପରେ ଅନ୍ୟ ୪୦ ଜଣଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇଥିଲା।

ଦଉଡ଼ି ଯୋଗେ ଲୋକଙ୍କୁ ଗଭୀର ଜଳରୁ ସ୍ଥଳଭାଗକୁ ଅଣାଯିବା ପରେ ହେଲିକପ୍ଟର ଯୋଗେ ସେମାନଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା।  ଚିକିତ୍ସାଧୀନ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି।”



from OdishaReporter https://ift.tt/2Mw0QF5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages