
କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟରେ ନିଯୁକ୍ତ ହେଲେ ନୂଆ ମୁଖ୍ୟ ବିଚାରପତି। ଜଷ୍ଟିସ୍ କଲ୍ପେଶ୍ ସତ୍ୟେନ୍ଦ୍ର ଜାଭେରୀଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଏନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଜଷ୍ଟିସ୍ ଜାଭେରୀ ଏବେ ରାଜସ୍ଥାନ ହାଇକୋର୍ଟରେ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି।
ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନୀତ ଶରଣଙ୍କର ପଦନ୍ନୋତି ହୋଇଛି। ସେ ଏବେ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିବେ। ଗତ ୧୬ ତାରିଖରେ ଶରଣଙ୍କୁ ପଦୋନ୍ନତି ଦେଇଥିଲେ ସୁପ୍ରିମକୋର୍ଟ କଲେଜିୟମ୍।
from OdishaReporter https://ift.tt/2nbDw1a
No comments:
Post a Comment