
ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ସୋପିଆନ୍ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଲଶ୍କରର ୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
କିଲ୍ଲୋରା ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀମାନେ ଅପରେସନ୍ ଆରମ୍ଭ କରିଥିଲେ। ଗତକାଲି ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଲଶ୍କର କମାଣ୍ଡର ଉମର ମଲ୍ଲିକର ମୃତ୍ୟୁ ଘଟିଥିଲା। ଆଜି ସକାଳେ ପୁଣି ଥରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୪ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।
ଏବେବି ସେହି ଗାଁରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ତେଣୁ ସେନାର ସର୍ଚ୍ଚ ଅପରେସନ୍ ଜାରି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସେହି ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛି ପ୍ରଶାସନ।
from OdishaReporter https://ift.tt/2Krc6xl
No comments:
Post a Comment