
ଭୋପାଲ: ଆଗାମୀ ସ୍ୱାଧୀନତା ଦିବସରେ ମଧ୍ୟପ୍ରଦେଶର ୧୪ଜଣ କଏଦୀଙ୍କୁ ମୁକ୍ତ କରିବାକୁ ଯାଉଛନ୍ତି ଜଣେ ୧୪ ବର୍ଷ ବୟସର ଛାତ୍ର। ତେବେ ଆପଣ ନିଶ୍ଚୟ ଭାବୁଥିବେ, ଏହା କିପରି ସମ୍ଭବ !
କଥା ହେଉଛି, ଭୋପାଲରେ ରହୁଥିବା ୧୦ଶ୍ରେଣୀ ଛାତ୍ର ଆୟୁଷ କିଶୋର ନିଜ ସ୍କଲାର୍ସିପ୍ ଟଙ୍କାକୁ ୧୪ଜଣ କଏଦୀଙ୍କ ଜରିମାନା ବାବଦ ଅର୍ଥ ଦେଇ ସେମାନେ ଭୋଗୁଥିବା ଦଣ୍ଡ କମ୍ କରିବାକୁ ଚାହୁଁଛନ୍ତି।
ସୂଚନା ଅନୁସାରେ, ଆୟୁଷ ଜଣେ ମେଧାବୀ ଛାତ୍ର। ୨୦୧୬ରେ ତାଙ୍କୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ‘ଚାଇଲ୍ଡ୍ ଆୱାର୍ଡ଼ ଫର୍ ଏକ୍ସେପ୍ସନାଲ୍ ଆଚିଭ୍ମେଣ୍ଟ୍ ଇନ୍ ଏକାଡେମିକ୍ସ୍’ ଆୱାର୍ଡ୍ ଦେଇ ସମ୍ମାନିତ କରିଥିଲେ । ଏହି ସମ୍ମାନ ବାବଦରେ ତାଙ୍କୁ ୨୭,୮୫୦ଟଙ୍କା ମିଳିଥିଲା। ସେହି ଟଙ୍କାକୁ ସେ ୧୪ କଏଦୀଙ୍କ ଜରିମାନା ବାବଦ ବାକିଥିବା ଅର୍ଥ ଦେବେ।
୧୪ କଏଦୀଙ୍କ ମଧ୍ୟରୁ ୧୨ଜଣ ମଧ୍ୟପ୍ରଦେଶର ବିଭିନ୍ନ ଜେଲ୍ରେ ଥିବାବେଳେ ୨ଜଣ ଭୋପାଲ୍ ଜେଲ୍ରୁ ମୁକ୍ତି ପାଇବେ। ଏମାନେ ସମସ୍ତେ ହତ୍ୟା ଅଭିଯୋଗରେ ଜେଲ୍ ଦଣ୍ଡାଦେଶ ପାଇଥିବାବେଳ ସେମାନଙ୍କ ଦଣ୍ଡର ଅବଧି କିନ୍ତୁ ସରିଯାଇଛି। ତେବେ ଜରିମାନା ଅର୍ଥ ଦେଇ ନଥିବାରୁ ସେମାନେ ଆଜିଯାଏ ଜେଲ୍ରେ ଅଛନ୍ତି।
ଆୟୁଷ କହିଛନ୍ତି,‘ମୁକ୍ତି ପାଇବାକୁ ଯାଉଥିବା କଏଦୀମାନଙ୍କୁ ଦେଖିଲେ, ବେଶ୍ ଖୁସି ଲାଗୁଛି। ଜେଲ୍ରେ ଏମିତି କିଛି କଏଦୀ ଅଛନ୍ତି, ଯେଉଁମାନଙ୍କ ଦଣ୍ଡାଦେଶର ଅବଧି ୨ବର୍ଷ ପୂର୍ବରୁ ସରିଯାଇଛି। କିନ୍ତୁ ଜରିମାନା ଅର୍ଥ ଦେଇ ନଥିବାରୁ ସେମାନେ ଏଯାଏ ଜେଲ୍ରେ ରହିଛନ୍ତି। ଏବେ ସେମାନଙ୍କର ଘରକୁ ଯିବାର ସମୟ ଆସିଯାଇଛି।’
from OdishaReporter https://ift.tt/2OZSC6s


No comments:
Post a Comment