ଗୋରୁ ଚୋରି ଅଭିଯୋଗରେ ଜଣଙ୍କୁ ପିଟିପିଟି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ଗୋରୁ ଚୋରି ଅଭିଯୋଗରେ ଜଣଙ୍କୁ ପିଟିପିଟି ହତ୍ୟା

ନୂଆଦିଲ୍ଲୀ: ହରିଆଣାର ପାଲୱାଲଠାରେ ଜଣେ ବ୍ୟକ୍ତିଙ୍କୁ ଆଜି ଗୋରୁ ଚୋରାଚାଲାଣ ଅଭିଯୋଗରେ ପିଟିପିଟି ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ବାହାରୋଲ ଗାଁରୁ କିଛି ଗୃହପାଳିତ ପଶୁ ଏବଂ ଗାଈ ଚୋରି କରୁଥିବା ଅଭିଯୋଗ ହୋଇଛି।

ଏହାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳର ୩ ଜଣ ଲୋକ ଉକ୍ତ ବ୍ୟକ୍ତିଙ୍କ ହାତ ଗୋଡ଼ ବାନ୍ଧି ମାଡ଼ ମାରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ମାଡ଼ ମାରିଥିବା ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଛନ୍ତି, ପ୍ରାଣ ହରାଇଥିବା ବ୍ୟକ୍ତି ଓ ତାଙ୍କର ଦୁଇ ଜଣ ସହଯୋଗୀ ଗୁହାଳରୁ ଚୋରି କରିବାକୁ ଉଦ୍ୟମ କରୁଥିଲେ। ଦୁଇ ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଜଣେ ଧରା ପଡ଼ିଥିଲା।

ପୁଲିସ୍‌ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।

 



from OdishaReporter https://ift.tt/2LU5jBR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages