
ମାଲକାନଗିରି (ଜିତେନ୍ଦ୍ର ବେଉରା): ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ ଲାଗିଛି। ପାଠ ପଢ଼ାଇବା ବାହାନାରେ ପ୍ରଧାନଶିକ୍ଷକ ଛାତ୍ରୀଙ୍କୁ ଦେଉଥିଲେ ଯୌନ ନିର୍ଯାତନା। ଏଥିରେ ଅତିଷ୍ଠ ହୋଇ ପୀଡ଼ିତା ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ମୃତ୍ୟୁ ପୂର୍ବରୁ ଛାଡ଼ି ଯାଇଛନ୍ତି ଚିଠି। ଏଥିରେ ରହିଛି ପ୍ରଧାଶିକ୍ଷକଙ୍କ ସୈତାନୀ କାରନାମାର ଚିତ୍ର। ଏହାକୁ ଆଧାର କରି ପୁଲିସ ଆଜି ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି। ନକ୍ସଲପ୍ରବଣ ମାଲକାନଗିରି ଜିଲ୍ଲାରେ ସଂଘଟିତ ଏହି ଘୃଣ୍ୟ ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ଖେଳାଇ ଦେଇଛି।
ପୂରା ଘଟଣା ଏମିତି। ଗତ ଗୁରୁବାର ରାତିରେ ଶିଖପାଲୀ ସେବାଶ୍ରମ ହାଇସ୍କୁଲ୍ର କମ୍ପ୍ୟୁଟର ଲାବ୍ରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ହାତର ଭେନ୍ କାଟି ଦେଇଥିଲେ। ତା’ପର ଦିନ ଅର୍ଥାତ ଶୁକ୍ରବାର ସକାଳେ ତାଙ୍କର ମୃତଦେହ ପୁଲିସ ଉଦ୍ଧାର କରିଥିଲା। ଘଟଣାର ତଦନ୍ତ ବେଳେ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ଖାତାକୁ ପୁଲିସ ଛାନ୍ଭିନ୍ କରିଥିଲା। ଏହି ସମୟରେ ପୁଲିସକୁ ମିଳିଥିଲା ସାଂଘାତିକ ତଥ୍ୟ। ସେବାଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ବିଶ୍ୱନାଥ ସର୍କାର ତାଙ୍କୁ ଯୌନ ନିର୍ଯାତନା ଦେଉଥିବା ନେଇ ମୃତ୍ୟୁ ପୂର୍ବରୁ ଛାତ୍ରୀ ଜଣକ ନିଜ ଖାତାରେ ଲେଖିଥିଲେ। ଏହାକୁ ଆଧାର କରି ପୁଲିସ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି। ଏବେ ଆଉ ଜଣେ ଛାତ୍ରୀ ମଧ୍ୟ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଆଣିଛନ୍ତି ସମାନ ଧରଣର ସଂଗିନ ଅଭିଯୋଗ। ତାଙ୍କୁ ମଧ୍ୟ ପ୍ରଧାନଶିକ୍ଷକ ଯୌନ ନିର୍ଯାତନା ଦେଉଥିବା ନେଇ ଛାତ୍ରୀଜଣକ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଭିତ୍ତିକରି ପୁଲିସ ଅନ୍ୟ ଏକ ମାମଲା ମଧ୍ୟ ରୁଜୁ କରି ତଦନ୍ତ ଜାରି ରଖିଛି।
from OdishaReporter https://ift.tt/2LPfnvT
No comments:
Post a Comment