୭ଟି ରାଜ୍ୟରେ ୭୧୮ ଜୀବନ ନେଲାଣି ମୌସୁମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

୭ଟି ରାଜ୍ୟରେ ୭୧୮ ଜୀବନ ନେଲାଣି ମୌସୁମୀ

ନୂଆଦିଲ୍ଲୀ: ଧାର୍ଯ୍ୟ ସମୟରୁ ୨ ଦିନ ଆଗୁଆ ଅର୍ଥାତ୍‌ ମେ ୨୯ରେ କେରଳ ଛୁଇଁଥିବା ଦକ୍ଷିଣ –ପଶ୍ଚିମ ମୌସୁମୀ ବାୟୁ ଏବେ ସାରା ଦେଶରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ମୌସୁମୀ ପ୍ରଭାବରେ ଜାରି ରହିଥିବା ଲଗାଣ ବର୍ଷା ଓ ବନ୍ୟା ଯୋଗୁ ୭ଟି ରାଜ୍ୟ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।  ଏଠାରେ ବର୍ଷାଜନିତ ଅଘଟଣ ଓ ବନ୍ୟା ଯୋଗୁ ବର୍ତ୍ତମାନ ସୁଦ୍ଧା ୭୧୮ ଜଣ ପ୍ରାଣ ହରାଇଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଏନ୍‌ଇଆର୍‌ସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶରେ ସର୍ବାଧିକ ୧୭୧, ପଶ୍ଚିମବଙ୍ଗରେ ୧୭୦, କେରଳରେ ୧୭୮, ମହାରାଷ୍ଟ୍ରରେ ୧୩୯, ଗୁଜରାଟ୍‌ରେ ୫୨, ଆସାମରେ ୪୪ ଓ ନାଗାଲ୍ୟାଣ୍ଡରେ ୮ ଜଣଙ୍କ ଜୀବନ ଯାଇଛି। ସେହିପରି କେରଳରେ ୨୬, ଆସାମରେ ୨୧ ଓ ପଶ୍ଚିମବଙ୍ଗରେ ୫ ଜଣ ବନ୍ୟା ଜଳରେ ଭାସି ଯାଇ ନିଖୋଜ ଅଛନ୍ତି।  ବର୍ଷାଜନିତ ଦୁର୍ଘଟଣାରେ ମଧ୍ୟ୨୪୪ ଜଣ ଆହତ ହୋଇଛନ୍ତି।

ମହାରାଷ୍ଟ୍ରର ୨୬ଟି, ପଶ୍ଚିମବଙ୍ଗର ୨୨, ଆସାମରେ ୨୩, କେରଳରେ ୧୪, ଉତ୍ତର ପ୍ରଦେଶରେ ୧୨, ନାଗାଲ୍ୟାଣ୍ଡରେ ୧୧ ଓ  ଗୁଜରାଟ୍‌ରେ ୧୦ଟି ଜିଲ୍ଲା ବର୍ଷା ଓ ବନ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ  ହୋଇଛି।



from OdishaReporter https://ift.tt/2B1TBjC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages