ଆମ୍ବେଦକରଙ୍କ ମୂର୍ତ୍ତିରେ ବିଜେପି ନେତା ଫୁଲ ମାଳ ଦେବାରୁ, ଜାଣନ୍ତୁ କ’ଣ ହେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

ଆମ୍ବେଦକରଙ୍କ ମୂର୍ତ୍ତିରେ ବିଜେପି ନେତା ଫୁଲ ମାଳ ଦେବାରୁ, ଜାଣନ୍ତୁ କ’ଣ ହେଲା

ମୀରଟ୍‌: ଜଣେ ବିଜେପି ନେତା ସମ୍ବିଧାନ ପ୍ରଣେତା ବିଆର୍‌ ଆମ୍ବେଦକର୍‌ଙ୍କ ପ୍ରତିମୂର୍ତ୍ତିରେ ଫୁଲ ମାଳ ପିନ୍ଧାଇବାର କିଛି ଘଣ୍ଟା ମଧ୍ୟରେ ଏହାକୁ କ୍ଷୀରରେ ସୋଧ କରାଯାଇଛି। ଘଟଣାଟି ଘଟିଛି ଉତ୍ତର ପ୍ରଦେଶରେ।

ୟୁପିର ବିଜେପି ରାଜ୍ୟ ସମ୍ପାଦକ ସୁନୀଲ ବଂଶଲ୍‌ ଓ ଆର୍‌ଏସ୍‌ଏସ୍‌ ନେତା ରାକେଶ ସିହ୍ନା ଜିଲ୍ଲା କୋର୍ଟ ନିକଟରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଫୁଲ ମାଳ ପିନ୍ଧାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।  ତେବେ ଦଳିତ ବର୍ଗର କିଛି ଆଇନ୍‌ଜୀବୀ ଏହାକୁ ସହଜରେ ହଜମ କରିପାରି ନଥିଲେ। ଏହାର ପ୍ରତିବାଦରେ ଏହି ଆଇନ୍‌ଜୀବୀ ଗୋଷ୍ଠୀ ପ୍ରତିମୂର୍ତ୍ତିକୁ ପ୍ରଥମେ କ୍ଷୀର ଓ ପରେ ଗଙ୍ଗା ଜଳରେ ଧୋଇଥିଲେ।

ସଂପୃକ୍ତ ଆଇନ୍‌ଜୀବୀମାନେ କହିଛନ୍ତି, ବିଜେପି ସବୁବେଳେ ଦଳିତ ବିରୋଧୀ ଆଭିମୁଖ୍ୟ ପ୍ରଦର୍ଶନ କରୁଛି। ଅସଲରେ ଆମ୍ବେଦରକଙ୍କ ପ୍ରତି ବିଜେପିର କୌଣସି ଆନ୍ତରିକତା ନାହିଁ। କେବଳ ଦଳିତଙ୍କୁ ନିଜ ଭୋଟ୍‌ ବ୍ୟାଙ୍କ୍‌ କରିବା ପାଇଁ ଲୋକ ଦେଖାଣିଆ ଭାବେ ଏଭଳି ଫୁଲ ମାଳ ପିନ୍ଧାଉଛନ୍ତି।



from OdishaReporter https://ift.tt/2vxZn7C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages