୧୫ ଦିନ ମଧ୍ୟରେ ଓଡ଼ିଆରେ ନାମଫଳକ ଲେଖିବାକୁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

୧୫ ଦିନ ମଧ୍ୟରେ ଓଡ଼ିଆରେ ନାମଫଳକ ଲେଖିବାକୁ ନିର୍ଦ୍ଦେଶ

seca,,,,,

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲାଗିବ। ସବୁ ସରକାରୀ ପ୍ରତିଷ୍ଠାନରେ ମଧ୍ୟ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହୋଇଛି। ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସଚିବାଳୟରେ ଉନ୍ନୟନ କମିଶନର ଆର୍. ବାଲକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି। ନିର୍ଦ୍ଦେଶ ଅନୁପାଳନ ପାଇଁ ଶ୍ରମ ବିଭାଗକୁ କୁହାଯାଇଛି।

ଆସନ୍ତା ୧୫ ଦିନ ମଧ୍ୟରେ ଓଡ଼ିଆରେ ନାମ ଫଳକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଯେଉଁ ଦୋକାନ ବା ବାଣିଜ୍ୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ଲେଖିନଥିବେ ସେମାନଙ୍କ ନାଁରେ ସାଧାରଣ ଲୋକେ ଅଭିଯୋଗ ଆଣିପାରିବେ। ଏଥିପାଇଁ ଏକ ପୋର୍ଟାଲ୍‌ର ବ୍ୟବସ୍ଥା କରାଯାଉଛି।



from Odisha Reporter https://ift.tt/2MFpPG4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages