
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମାନବବାଦର ମୂର୍ତ୍ତିମନ୍ତ ପ୍ରତୀକ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କୁ ଆଜି ସାରା ଦେଶ ଝୁରୁଛି। ତାଙ୍କ ଅବର୍ତ୍ତମାନରେ ତାଙ୍କ ଅନନ୍ୟ ଜୀବନ ସମ୍ପର୍କରେ ଅନେକ ଅକୁହା କଥା ସାମ୍ନାକୁ ଆସୁଛି। ତାଙ୍କ ବିଷୟରେ ନାନା କଥା ଚର୍ଚ୍ଚା ହେଉଥିଲା ବେଳେ କେହି କେହି ତାଙ୍କ ସହ ବିତେଇ ଥିବା ମଧୁର ସ୍ମୁତିକୁ ସୋଶାଲ ମିଡିଆରେ ବଖାଣୁଛନ୍ତି।
ଏବେ ସେମିତି ଏକ ଅଭୂଲା ଅନୁଭୂତି ବାଣ୍ଟିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ। ଆଉ ତାହା ହେଉଛି, ଥରେ ପ୍ରଣବ ମୁଖାର୍ଜୀଙ୍କ କୁକୁର ବାଜପେୟୀଙ୍କୁ କାମୁଡ଼ି ଦେଇଥିଲା। ଶର୍ମିଷ୍ଠା ଏ ବିଷୟରେ ଟ୍ୱିଟ୍ କରି ମନେ ପକାଇଛନ୍ତି।
ଦିଲ୍ଲୀରଆଭିଜାତସମ୍ପନ୍ନ ଲ୍ୟୁଟେନ୍ସ (Lutyens) ଏରିଆରେ ସେତେବେଳେ ବାଜପେୟୀ ଏବଂ ପ୍ରଣବ ମୁଖାର୍ଜୀ ପଡ଼ୋଶୀ ଥିଲେ। ରାଜନୀତିରେ ଉଭୟେ ପରସ୍ପରର ବିରୋଧୀ ଦଳରେ ଥିଲେ ମଧ୍ୟ ବ୍ୟକ୍ତିଗତ ସମ୍ପର୍କ ଘନିଷ୍ଠ ଥିଲା। ବାଜପେୟୀ ବେଳେ ବେଳେ ପ୍ରଣବଙ୍କ ଘରକୁ ବୁଲିବାକୁ ଯାଉଥିଲେ। ଉଭୟ ସାଙ୍ଗ ହୋଇ ମର୍ଣ୍ଣି ୱାକ୍ ମଧ୍ୟ କରୁଥିଲେ। ଗଲାବେଳେସାଙ୍ଗରେ ନିଜ ନିଜର ପୋଷାକୁକୁରକୁ ନେଇଯାଉଥିଲେ। ତେବେ ଦିନକର ଘଟଣା। ସେଦିନ ମର୍ଣ୍ଣିୱାକ୍ ପାଇଁ ପ୍ରଣବ ମୁଖାର୍ଜୀ ଆସି ନଥିଲେ। ଆଉ ବାଜପେୟୀଙ୍କ କୁକୁରକୁ ହଠାତ୍ ପ୍ରଣବଙ୍କ କୁକୁର ଆକ୍ରମଣ କରିଥିଲା। ବାଜପେୟୀଙ୍କ କୁକୁରଟି ଛୋଟ ଥିଲା। ତେବେ ବାଜପେୟୀ ତାକୁ ଛଡ଼େଇବାକୁ ଉଦ୍ୟମ କରିବାରୁ କାମୁଡ଼ାର ଶିକାର ହୋଇଥିଲେ। ପ୍ରଣବ ମୁଖାର୍ଜୀଙ୍କ କୁକୁରଙ୍କ କାମୁଡ଼ାରେ ତାଙ୍କ ହାତରେ ସାମାନ୍ୟ ଆଞ୍ଚୁଡ଼ା ଦାଗ ହୋଇଥିଲା। ସେହି କୁକୁରୁ ନା ଥିଲା। ‘ଡାକୁ’।
Remembering a childhood incident when our dog Daku bit Vajpeyee ji during his morning walk.Hearing dis,my mom rushed 2 c him.He had a good laugh &sent her back wid homegrown vegies. Exchange of culinary delights continued betwn d neighbors, leaving behind a flood of fond memories
— Sharmistha Mukherjee (@Sharmistha_GK) August 16, 2018
ଏହା ଜାଣିବା ପରେ ପ୍ରଣବଙ୍କ ପତ୍ନୀ ଶୁଭ୍ରା ମୁଖାର୍ଜୀ ହଠାତ୍ ଘଟଣାସ୍ଥଳକୁ ଚାଲିଆସି ବାଜପେୟୀଙ୍କ ହାତର ଅବସ୍ଥା ଦେଖିଥିଲେ। ତେବେ ଶୁଭ୍ରାଙ୍କୁ ଦେଖି ବାଜପେୟୀ ନିଜ ଅନ୍ଦାଜରେ ହସି ଦେଇଥିଲେ। ପରେ ଶୁଭ୍ରା ବାଜପେୟୀଙ୍କ ହାତରେ ବ୍ୟାଣ୍ଡେଜ୍ ବାନ୍ଧି ଦେଇଥିଲେ।
ବାଜପେୟୀ ଓ ପ୍ରଣବଙ୍କ ମଧ୍ୟରେ ଥିବା ସମ୍ପର୍କ ବେଶ୍ ନିବିଡ଼ ଥିଲା। ଅନେକ ସମୟରେ ବାଜପେୟୀଙ୍କ ପସନ୍ଦର ଖାଇବା ପ୍ରଣବଙ୍କ ପତ୍ନୀ ରାନ୍ଧି ତାଙ୍କୁ ପରଷି ଦେଉଥିଲେ।
ଏମିତି ଏକ ଅଭୁଲା ସ୍ମୁତିକୁ ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରଣବଙ୍କ ଝିଅ ଶେୟାର କରିଛନ୍ତି। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।
from Odisha Reporter https://ift.tt/2OMi1j9
No comments:
Post a Comment