ମିଛ ଲୋଭ ଦେଖାଇ ଠକୁଥିଲେ, ଧରାପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ମିଛ ଲୋଭ ଦେଖାଇ ଠକୁଥିଲେ, ଧରାପଡ଼ିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସପ୍ତାହକ ଭିତରେ ଟଙ୍କା ୨ ଗୁଣା ହେବ। ଆଉ ମାସେ ରଖିଲେ ସେହି ଟଙ୍କାର ୩ରୁ ୫ ଗୁଣା ଯାଏ ମିଳିବ। ବିଦେଶୀ ମୁଦ୍ରା ବିନିମୟରେ ଏଭଳି ପ୍ରଲୋଭନ ଦେଖାଇ ସେୟାର୍‌ ବଜାରରେ ଇନ୍‌ଭେଷ୍ଟ ନାଁରେ ଲୋକଙ୍କୁ ଚୂନ ଲଗାଉଥିଲେ ଠକ ଗ୍ୟାଙ୍ଗ। ଏଭଳି ଏକ ଗ୍ୟାଙ୍ଗର ୪ ଜଣଙ୍କୁ ଭୁବନେଶ୍ୱରର ଏକ ହୋଟେଲ୍‌ରୁ କମିଶନରେଟ୍‌ ପୁଲିସ ଗିରଫ କରିବା ପରେ ସାରା ଘଟଣାର ପର୍ଦ୍ଦାଫାସ ହୋଇଛି।

ଏମାନଙ୍କ ଘର ତାମିଲନାଡ଼ୁ, କର୍ଣ୍ଣାଟକ ଓ ଗୁଜୁରାଟରେ। ଏମାନେ ପ୍ରଥମେ ଇଣ୍ଟରନେଟ୍‌ ମାଧ୍ୟମରେ ଲୋକଙ୍କ ସହ ଯୋଗାଯୋଗ କରୁଥିଲେ। ୟୁରୋ, ଦିନାର ଓ ରିଆଲ୍‌ ଭଳି ବିଦେଶୀ ମୁଦ୍ରାକୁ ଏମାନେ ଠକେଇରେ ବ୍ୟବହାର କରୁଥିଲେ। ଭାରତୀୟ ମୁଦ୍ରା ବିନିମୟରେ ଏସବୁ ବିଦେଶୀ ମୁଦ୍ରା କିଣିବାକୁ ଦେଉଥିଲେ ସ୍କିମ୍‌।

ସେହି ଟଙ୍କାକୁ ଅନ୍ତର୍ଜାତୀୟ ଶେୟାର ମାର୍କେଟରେ ବିନିଯୋଗ କରି ଅଧିକ ଲାଭ କମାଇବାର ପ୍ରଲୋଭନ ଦେଖାଇ ଲୋକଙ୍କୁ ଠକୁଥିବା ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ କହିଛନ୍ତି।

ପୂର୍ବରୁ ଏହି ଗ୍ୟାଙ୍ଗ ଭୁବନେଶ୍ୱରରୁ ଅନ୍‌ଲାଇନ୍‌ ମାଧ୍ୟମରେ ୨ ଜଣଙ୍କଠାରୁ ୩୦ ଲକ୍ଷ ଠକେଇ କରି ଫେରାର ହୋଇଯାଇଥିଲେ।  ସେମାନଙ୍କୁ ଧରିବା ଲାଗି ଜାଲ ବିଛାଇଥିଲେ ଠକାମିର ଶିକାର ହୋଇଥିବା ବ୍ୟକ୍ତିମାନେ। ଯୋଜନା ମୁତାବକ ଟଙ୍କା ଇନ୍‌ଭେଷ୍ଟ୍‌ କରିବାକୁ କହି ସେମାନଙ୍କୁ ଭୁବନେଶ୍ୱର ଡକାଇଥିଲେ। ସେମାନେ ଏକ ହୋଟେଲରେ ମିଟିଂ କରୁଥିବା ବେଳେ ପୁଲିସ୍ ଚଢ଼ଉ କରି ଚାରି ଠକଙ୍କୁ ଗିରଫ କରିଛି।



from Odisha Reporter https://ift.tt/2PovSx6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages