
ଲକ୍ଷ୍ନୌ: ଫାଇଟ୍ର ପ୍ଲେନ୍ ଓହ୍ଲାଇ ଥିବା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ୱେରେ ଗୋଟିଏ ସ୍ଥାନରେ ମାଟି ଧସି ୫୦ ଫୁଟ୍ର ଗାତ ସୃଷ୍ଟି ହୋଇଛି। ଏହାସହ ରାସ୍ତାରେ ୧୫ ଫୁଟ୍ ଲମ୍ବର ଫାଟ ବି ହୋଇଛି। ଗାତରେ ଏକ କାର୍ ଖସି ପଡ଼ିଥିଲା। ତେବେ କାର୍ରେ ବସିଥିବା ଯାତ୍ରୀଙ୍କର କିଛି ହୋଇନାହିଁ।
ୱାଜିଦପୁର ନିକଟରେ ଏହି ଗାତ ସୃଷ୍ଟି ହୋଇଛି। ଉତ୍ତର ପ୍ରଦେଶ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଗାତ ଯୋଗୁ ଦୁର୍ଘଟଣାର ଶିକାର ହୋଇଥିବା ରଚିତ କହିଛନ୍ତି, “ନୂଆ ଗାଡ଼ି କିଣିବା ପରେ ପରିବାରର ୪ ଜଣ ଲୋକଙ୍କ ସହ ଫେରୁଥିଲି। ଯିବା ବେଳେ ରାସ୍ତାରେ ହୋଇଥିବା ଫାଟ ଉପରେ ନଜର ପଡ଼ିଥିଲା। ହେଲେ ବ୍ରେକ୍ ମାରି ଗାଡ଼ି ଅଟକାଇବା ବେଳକୁ ଏହା ଗାତରେ ପଡ଼ି ସାରିଥିଲା।”
ବର୍ଷା ପରେ ଏହି ରାସ୍ତାର ବହୁ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଏହି ଏକ୍ସପ୍ରେସ୍-ୱେ ଥିଲା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଡ୍ରିମ୍ ପ୍ରୋଜେକ୍ଟ। ରେକର୍ଡ ସମୟରେ ଏହାକୁ ନିର୍ମାଣ କରାଯାଇଥିଲା। ଅଖିଳେଶ ଏହାକୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ସମୟରେ ବାୟୁ ସେନାର ଫାଇଟ୍ର ପ୍ଲେନ୍ ଏଥିରେ ଓହ୍ଲାଇ ସମସ୍ତଙ୍କୁ ଚକିତ କରି ଦେଇଥିଲା।
from OdishaReporter https://ift.tt/2NX11X1
No comments:
Post a Comment