ମନ୍ଦିର ଭିତରକୁ ବିଧାୟିକା ପଶିଗଲେ ବୋଲି ମାରା ହୋଇଗଲେ ଦିଅଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ମନ୍ଦିର ଭିତରକୁ ବିଧାୟିକା ପଶିଗଲେ ବୋଲି ମାରା ହୋଇଗଲେ ଦିଅଁ

temple

ଲକ୍ଷ୍ନୌ: ମନ୍ଦିର ଭିତରକୁ ବିଧାୟିକା ପଶିଗଲେ ବୋଲି ମାରା ହୋଇଗଲେ ଦିଅଁ। ମନ୍ଦିରରେ ହେଲା ମହାସ୍ନାନ। ଗଙ୍ଗା ଜଳରେ ମନ୍ଦିରକୁ ଧୋଇପୋଛି ପବିତ୍ର କରାଗଲା। ଖାଲି ସେତିକି ନୁହେଁ, ଠାକୁରଙ୍କୁ ଶୁଦ୍ଧ କରିବାକୁ ଆହ୍ଲାବାଦ ପଠାଯାଇଥିଲା। ଠାକୁରଙ୍କ ମୂର୍ତ୍ତି ଶୁଦ୍ଧ ହୋଇ ଆସିବା ପରେ ମନ୍ଦିରରେ ପୁଣି ସ୍ଥାପନ କରାଯାଇଛି। ଘଟଣାଟି ଶୁଣିଲେ ଅଡ଼ୁଆ ଅଡ଼ୁଆ ଲାଗୁଥିଲେ ମଧ୍ୟ ବାସ୍ତବରେ ଘଟଣାଟି ସତ୍ୟ। ସୋଶାଲ ମିଡିଆରେ ଏହା ଚର୍ଚ୍ଚାର ବିଷୟ ହୋଇଛି।

ଘଟଣାଟି ଏମିତି। ରାଠି ବିଧାନସଭା ମଣ୍ଡଳର ବିଧାୟିକା ମନୀଷା ଅନୁରଗୀ ଗତ ଜୁଲାଇ ୧୨ ତାରିଖରେ ହମୀରପୁର ଜିଲ୍ଲାର ଧୁମ୍ର ଋଷି  ଅଂଚଳକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। କାର୍ଯ୍ୟକ୍ରମ ସରିବା ପରେ ମୁସ୍କରାର ଖୁର୍ଦ ଗାଁରେ ଥିବା ଏକ ମନ୍ଦିରକୁ ଯିବାକୁ କର୍ମକର୍ତ୍ତାମାନେ ମନୀଷାଙ୍କୁ କହିଥିଲେ। ଏହାପରେ ସେ ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିବା ସହ ଧୁମ୍ର ଋଷି ତପସ୍ୟା କରିଥିବା ସ୍ଥାନରେ ଚଢ଼ିଥିଲେ।

ସୂଚନାଯୋଗ୍ୟ, ଏହା ମହାଭାରତ କାଳର ମନ୍ଦିର ବୋଲି ବିଶ୍ୱାସ ରହିଛି। ମନ୍ଦିରକୁ ମହିଳାଙ୍କ ପ୍ରବେଶ ବାରଣ କରାଯାଇଛି। ମହିଳାମାନେ ବାହାରେ ଛିଡ଼ା ହୋଇ ଦର୍ଶନ କରିଥାନ୍ତି। ବିଧାୟିକା ମନ୍ଦିରରେ ପ୍ରବେଶ କରିଥିବା ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ଦେଖା ଦେଇଥିଲା।

ମନ୍ଦିରର ପୂଜକ କହିଛନ୍ତି, “ଏପର୍ଯ୍ୟନ୍ତ ଏହି ମନ୍ଦିରରେ କୌଣସି ମହିଳା ପ୍ରବେଶ କରି ନଥିଲେ। ମନୀଷା ଅନୁରାଗୀ ଯେଉଁ ସମୟରେ ମନ୍ଦିରକୁ ଆସିଥିଲେ, ମୁଁ ଅନୁପସ୍ଥିତ ଥିଲି। ମୁଁ ଥିଲେ, ତାଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦେଇ ନଥାନ୍ତି।”

ଅନ୍ୟପକ୍ଷରେ ବିଧାୟିକା କହିଛନ୍ତି, “ମନ୍ଦିରକୁ ମହିଳାଙ୍କ ପ୍ରବେଶ ପାଇଁ ଅନୁମତି ନଥିବା ମୁଁ ଜାଣି ନଥିଲି। ମୁଁ ଆସିବା ପରେ ମନ୍ଦିରକୁ ଗଙ୍ଗା ଜଳରେ ଧୁଆ ଯାଇଥିବା କୁହାଯାଉଛି। ଏ ଖବର ମଧ୍ୟ ମୋ ପାଖରେ ନାହିଁ। ଗାଁ ଲୋକେ ଏମିତି କରିବା ମହିଳା ଜାତି ପାଇଁ ଅପମାନ।”



from OdishaReporter https://ift.tt/2OtDZIt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages