
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଚିଲିକାରେ ଜଳ ବିମାନବନ୍ଦର ହେବ। ଏନେଇ ବିଧିବଦ୍ଧ ଭାବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଅନୁମତି ଦେଇଛନ୍ତି। ଚିଲିକାରୁ ନିୟମିତ ଚଳାଚଳ କରିବା ଭଳି ବିମାନ ବନ୍ଦର ପ୍ରତିଷ୍ଠା ହେବ।
ଚିଲିକାଙ୍କୁ ପର୍ଯ୍ୟଟକକୁ ଆକୃଷ୍ଟ କରିବା ସହ ବିଶ୍ୱରେ ଏହାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ବେସାରିକ ଚଳାଚଳ ବିଭାଗ ଏହି ପ୍ରୟାସ ଆରମ୍ଭ କରିଛି।
ଚିଲିକା ଭଳି ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ଜଳ ବିମାନବନ୍ଦର ପ୍ରତିଷ୍ଠା ହେବ। ଗୁଜରାଟର ସର୍ଦ୍ଦାର ସରବୋର ଡ୍ୟାମ୍ ଓ ସାବରମତୀ ରିର୍ଭର ଫ୍ରଣ୍ଟରେ ମଧ୍ୟ ଏପରି ବିମାନବନ୍ଦର ପ୍ରତିଷ୍ଠା ହେବ।
ଜଳାଶୟ ଉପରେ ଏପରି ଅତ୍ୟାଧୁନିକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଲାଇସେନ୍ସ ପ୍ରକ୍ରିୟା ଓ ଏହାର ପ୍ରଦ୍ଧତି ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ଚଳିତବର୍ଷ ଜୁନ୍ରେ ନିୟାମକ ଜାରି କରିଥିଲେ। ଏନେଇ ଓଡ଼ିଶା, ଗୁଜରାଟ, ଆସାମ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳକୁ ବଛା ଯାଇଥିଲା।
ସୂଚନାଯୋଗ୍ୟ, ଗୁଜରାଟ ନିର୍ବାଚନ ସମୟରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସି୍ ପ୍ଲେନ୍ରେ ଦେଖିବାକୁ ମିଳିଥିଲା।
from OdishaReporter https://ift.tt/2ntLwL1
No comments:
Post a Comment