
ଶ୍ରୀନଗର: ଜମ୍ମୁ-କାଶ୍ମୀରର ରାଜଧାନୀ ଶ୍ରୀନଗରର ବଟ୍ମାଲୁ ଇଲାକାରେ ସୁରକ୍ଷାକର୍ମୀ ଲସ୍କର-ଏ-ତାବାର ଜଣେ କମାଣ୍ଡରକୁ ଚାରି ଆଡ଼ୁ ଘେରି ରହିଛନ୍ତି। ଲସ୍କର କମାଣ୍ଡର ଜଣଙ୍କ ନବୀଦ ଜଟ୍ଟ ବୋଲି ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି।
ଆତଙ୍କୀଙ୍କ ଗୁଳିରେ ସ୍ପେଶାଲ ଅପରେସନ୍ ଗ୍ରୁପ୍ର ଜଣେ ଏସ୍ଓଜି ଯବାନ ସହିଦ ହୋଇଛନ୍ତି। ଏହାସହ ଜଣେ ଏସ୍ଓଜି ଯବାନ ଏବଂ ୨ ଜଣ ସିଆରପିଏଫ୍ ଯବାନ ଆହତ ହୋଇଥିବା ସୂଚନା ମିଳିଛି।
ଡିଜିପି ଏସ୍ପି ୱେଦ୍ କହିଛନ୍ତି, “ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ବଟ୍ମାଲୁରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ଯବାନମାନେ ଘଟଣା ସ୍ଥଳରେ ପହଞ୍ଚିବା ପରେ ଆତଙ୍କବାଦୀ ଗୁଳିମାଡ଼ ଆରମ୍ଭ କରିଦେଇଥିଲେ। ଯବାନଙ୍କ ପକ୍ଷରୁ ଏହାର ପଲଟା ଜବାବ ଦିଆଯାଉଛି।”
from OdishaReporter https://ift.tt/2vF7Rto
No comments:
Post a Comment