
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଜପେୟୀଙ୍କ ଅସ୍ଥିକଳସ ଶୋଭଯାତ୍ରା ବେଳେ ଅଣ୍ଡାମାଡ଼ ଘଟଣାରେ ଗିରଫ ହୋଇଥିବା ପୁରୀ ଚନ୍ଦନପୁରର ଦୀପକ ମହାପାତ୍ରଙ୍କୁ ନେଇ ଏବେ ଓଡ଼ିଶା ରାଜନୀତିରେ ଖୁବ୍ ଚର୍ଚ୍ଚା ହେଉଛି। ଗିରଫ ଦୀପକ ଓରଫ ଦୀପୁଙ୍କ ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଜେଲ୍କୁ ପଠାଇ ଦିଆଯାଇଛି। ତାଙ୍କ ଘର ପୁରୀ ଜିଲ୍ଲାର ଚନ୍ଦନପୁରରେ। ସେ ଜଣେ ପୂର୍ବତନ ଓ୍ୱାର୍ଡ ମେମ୍ବର ବୋଲି ଜଣାପଡ଼ିଛି।
ହେଲେ ଦୀପକଙ୍କୁ ନେଇ ସୋଶାଲ ମିଡିଆରେ କିଛି ଏମିତି ଫଟୋ ଘୂରି ବୁଲୁଛି, ଯାହା ଫଳରେ ପୁରୀ ଜିଲ୍ଲାର କିଛି ବରିଷ୍ଠ ବିଜେଡି ନେତା ଅକଳରେ ପଡ଼ିଛନ୍ତି। ଜିଲ୍ଲାର ଦୁଇ ଟାଣୁଆ ବିଜେଡି ନେତାଙ୍କ ସହ ଦୀପକଙ୍କ ଫଟୋକୁ ନେଇ ସୋଶାଲ ମିଡିଆରେ ଜୋର୍ଦାର୍ ଆଲୋଚନା ଓ ସମାଲୋଚନା ହେଉଛି।
ଗିରଫ ହୋଇଥିବା ଦୀପକ କେତେବେଳେ ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କ ପଛପଟେ ଛିଡ଼ା ହୋଇଛନ୍ତି ତ’ ଆଉ କେତେବେଳେ ନିମାପଡ଼ା ବିଧାୟକ ତଥା ବିଜେଡିର ଅନ୍ୟତମ ମୁଖପାତ୍ର ନେତା ସମୀର ଦାଶଙ୍କ ପଛରେ ଛିଡ଼ା ହୋଇଥିବା ଫଟୋରେ ଦେଖିବାକୁ ମିଳିଛି।
କେହି କେହି ଦୀପକଙ୍କ ସହ ବିଜେଡିର ଷ୍ଟ୍ରଙ୍ଗ୍ ଲିଙ୍କ୍ ଥିବା କହୁଛନ୍ତି। ହେଲେ ଅଣ୍ଡା ଫିଙ୍ଗିଥିବା ଦୀପକଙ୍କ ସହ ବିଜେଡିର କୌଣସି ସମ୍ପର୍କ ନଥିବା ସଫେଇ ଦେଇଛି ଦଳ। ଫଟୋକୁ ନେଇ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି- ମୁଁ କାହାକୁ ଚିହ୍ନିନି କି ଜାଣିନି।
କିନ୍ତୁ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଦୀପକଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋଶାଲ ମିଡିଆରେ ଏନେଇ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ, ସମସ୍ତେ ଚିହ୍ନିବା ପାଇଁ ଦୀପୁଙ୍କ ମୁହଁରେ ନାଲିଗାର ବୁଲାଯାଇଥିବା ଦେଖିବାକୁ ମିଳିଛି।
from Odisha Reporter https://ift.tt/2wqI5Zp
No comments:
Post a Comment