
ନୂଆଦିଲ୍ଲୀ : ପୁଣି ଗୁରୁ-ଶିଷ୍ୟ ମଧ୍ୟରେ ଅନୈତିକ ସମ୍ପର୍କକୁ ନେଇ ଚର୍ଚ୍ଚା । ଜଣେ ସ୍କୁଲ୍ ଶିକ୍ଷକଙ୍କ ସହ ନାବାଳିକା ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ହୋଇଛି। ରାଜଧାନୀ ଦିଲ୍ଲୀରେ ଏହି ଘଟଣା ଘଟିଛି। ଏକ ସରକାରୀ ସ୍କୁଲର ସଂସ୍କୃତ ଶିକ୍ଷକ ବାଳମୁକୁନ୍ଦ ତାଙ୍କ ଘରେ ଏହି ଆପତ୍ତିଜନକ କାମ କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ ଶିକ୍ଷକ ଜଣକ ଟ୍ୟୁସନ୍ ପାଇଁ କିଛି ଛାତ୍ରଛାତ୍ରୀଙ୍କୁ ତାଙ୍କ ଘରକୁ ଡକାଇଥିଲେ। ଏହି ସମୟରେ ଜଣେ ଛାତ୍ରୀଙ୍କ ସହ ସେ ଆପତ୍ତିଜନକ ବ୍ୟବହାର କରିବାକୁ ଲାଗିଥିଲେ। ଯାହାକୁ କି ସେଠାରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରଛାତ୍ରୀମାନେ ଲୁଚିକରି ସେମାନଙ୍କ ମୋବାଇଲ୍ରେ ରେକର୍ଡ କରିଥିଲେ। ଏବେ ସେହି ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ବାପା ମାଆ ଜାଣିବା ପରେ ସ୍କୁଲ୍ ଆଗରେ ଯାଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଜଣେ ଶିକ୍ଷକ କିପରି ନିଜ ଛାତ୍ରୀଙ୍କ ସହିତ ଏମିତି ଅଶାଳୀନ କାମ କରିପାରିଲେ, ତାକୁନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଭିଡିଓ ଭାଇରାଲ ହେବାପରେ ଆଖପାଖ ଲୋକ ଓ ଅନ୍ୟ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ମଧ୍ୟ ଏହାକୁ କଡା ନିନ୍ଦା କରିଛନ୍ତି।
ଏଥିସହିତ ଅଭିଭାବକମାନେ ସ୍କୁଲ୍ ଆଗରେ ପୋଡ଼ାଜଳା କରିବା ସହିତ ପୁଲିସ୍କୁ ଏହି ଘଟଣା ସମ୍ୱନ୍ଧରେ ଅବଗତ କରାଇଛନ୍ତି। ଘଟଣାର ଖବର ପାଇ ସେଠାରେ ପୁଲିସ ପହଞ୍ଚି ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିବା ସହିତ ପୀଡ଼ିତାଙ୍କର ବୟାନ ରେକର୍ଡ କରିଛି। ଏଥିସହିତ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ପକ୍ସୋ ଆକ୍ଟ ଲଗାଯାଇ ଏକ ମାମଲା ରୁଜୁ ହୋଇଛି।
from Odisha Reporter https://ift.tt/2PDkzS4
No comments:
Post a Comment