ସିଦ୍ଧୁ କହିଲେ ମୁଁ କିଛି ଭୁଲ୍ କରିନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ସିଦ୍ଧୁ କହିଲେ ମୁଁ କିଛି ଭୁଲ୍ କରିନାହିଁ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଇସ୍‌ଲାମାବାଦ୍‌ ଯାଇ ବିବାଦୀୟ ହୋଇପଡ଼ିଥିବା କଂଗ୍ରେସ୍‌ ନେତା ତଥା ପଞ୍ଜାବ ସରକାରଙ୍କ ମନ୍ତ୍ରୀ ନଭଜୋତ୍ ସିଂହ ସିଦ୍ଧୁ ଆଜି ସାମ୍ବାଦିକ ସମ୍ମିଳନୀ ଡକାଇ ସଫେଇ ଦେଇଛନ୍ତି। ଏଥିରେ ସେ ପାକିସ୍ତାନ ସେନା ମୁଖ୍ୟଙ୍କ ଓକିଲାତି କରିବାକୁ ମଧ୍ୟ ପଛାଇ ନାହାନ୍ତି।

ସେ କହିଛନ୍ତି, “ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଯାହା କରିଥିଲେ ମୁଁ ମଧ୍ୟ ଠିକ୍‌ ସେୟା କରିଛି। ମୋର ପାକିସ୍ତାନ ଗସ୍ତ କରିବା ପଛରେ କୌଣସି ରାଜନୀତିକ ଉଦ୍ଦେଶ୍ୟ ନାହିଁ।”

ଗତ ୧୮ ତାରିଖରେ ଇମ୍ରାନ୍‌ ଖାନ୍‌ ପାକିସ୍ତାନର ୨୨ ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସିଦ୍ଧୁ ଇସ୍‌ଲାମାବାଦ ଯାଇଥିଲେ।

ଖାଲି ସେତିକି ନୁହେଁ, ସିଦ୍ଧୁ ସେଠାରେ ପାକିସ୍ତାନ ସେନା ମୁଖ୍ୟ କମର୍‌ ଜାଭେଦ୍‌ ବାଜୱାଙ୍କୁ ଆଲିଙ୍ଗନ କରିଥିଲେ। ଗୋଟିଏ ପଟେ ପାକିସ୍ତାନ ସେନା ଭାରତୀୟ ବୀର ଯବାନଙ୍କୁ ଗୁଳି କରୁଥିବା ବେଳେ ସିଦ୍ଧୁଙ୍କ ଏଭଳି ପାକିସ୍ତାନ ପ୍ରେମ ସମସ୍ତଙ୍କୁ ବିସ୍ମିତ କରିଥିଲା। ଦିନକୁ ଦିନ ବିବାଦ ଘନେଇବାରୁ ଆଜି ସିଦ୍ଧୁ ନିଜର ଗସ୍ତ ସମ୍ପର୍କରେ ସଫେଇ ଦେଇଛନ୍ତି।

ସିଦ୍ଧୁ କହିଛନ୍ତି, “ମୁଁ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। କିନ୍ତୁ କାର୍ଗିଲ ଯୁଦ୍ଧ ପରେ ସେ ମଧ୍ୟ ତତ୍କାଳୀନ ପାକ୍‌ ରାଷ୍ଟ୍ରପତି ପରଭେଜ୍‌ ମୁଶାରଫ୍‌ଙ୍କୁ ସାକ୍ଷାତ କରିଥିଲେ। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିନା ନିମନ୍ତ୍ରଣରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍‌ଙ୍କ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେଣୁ ମୋ ଗସ୍ତକୁ ନେଇ ବିବାଦ ସୃଷ୍ଟି କରିବା ଠିକ୍‌ ନୁହେଁ।”

ବାଜୱାଙ୍କୁ ଆଲିଙ୍ଗନ କରିବା ସମ୍ପର୍କରେ ମତ ଦେଇ ସିଦ୍ଧୁ କହିଛନ୍ତି, “ବାଜୱାଙ୍କ ସହ ସାକ୍ଷାତ ଇସ୍‌ଲାମାବାଦଠାରେ ହୋଇଥିଲା। ମୁଁ କାର୍ଯ୍ୟକ୍ରମରେ ପ୍ରଥମ ଧାଡ଼ିରେ ବସିଥିବା ଦେଖି ସେ ମୋତେ ସ୍ୱାଗତ କରିଥିଲେ। ସେ ଭାରତ ସହ ଶାନ୍ତି ପ୍ରତିଷ୍ଠା ପାଇଁ ଚାହୁଁଥିବା କଥା କହିଛନ୍ତି। ବାଜୱା ବେଶ ଭାବପ୍ରବଣ ହୋଇ ପଡ଼ିଥିଲେ।” ପାକିସ୍ତାନ ଆମ ସହ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଥିବା ସିଦ୍ଧୁ କହିଛନ୍ତି।

ଅନ୍ୟପକ୍ଷରେ ସିଦ୍ଧୁଙ୍କ ଏଭଳି ସଫେଇ ପରେ ବିଜେପି ଏହାର ପାଲଟା ଜବାବ ଦେଇଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ପ୍ରଥମେ ସିଦ୍ଧୁ କ’ଣ ପାଇଁ ପାକିସ୍ତାନ ଯାଇଥିଲେ, ତା’ର ଜବାବ ଦେଶବାସୀଙ୍କୁ ଦେବା ଦରକାର।” ଆଜି ସିଦ୍ଧୁ ଏଭଳି ସାମ୍ବାଦିକ ସମ୍ମିଳନୀ କରିବା ପଛରେ ରାହୁଲ ଗାନ୍ଧିଙ୍କ ହାତ ରହିଛି ବୋଲି ବିଜେପି ପକ୍ଷରୁ ପ୍ରକାଶିତ ଏକ ବିବୃତିରେ ଅଭିଯୋଗ କରାଯାଇଛି।



from Odisha Reporter https://ift.tt/2nVfeJ7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages