ବିହାରରେ ମହିଳାଙ୍କୁ ଉଲଗ୍ନ କରି ବୁଲାଇଲେ ଗାଁ ଲୋକେ, ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ତେଜସ୍ୱୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ବିହାରରେ ମହିଳାଙ୍କୁ ଉଲଗ୍ନ କରି ବୁଲାଇଲେ ଗାଁ ଲୋକେ, ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ତେଜସ୍ୱୀ

v

ପାଟଣା(ଓଡ଼ିଶା ରିପୋର୍ଟର୍): ବିହାରରେ ଜଣେ ମହିଳାଙ୍କ ଶାଢ଼ି ଚିରି ତାଙ୍କୁ ଉଲଗ୍ନ କରିବା ସହ ମାଡ଼ ମାରି ରାସ୍ତାରେ ବୁଲାଇବା ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି।

ଏକ ହତ୍ୟାକାଣ୍ଡରେ ସଂପୃକ୍ତି ସନ୍ଦେହରେ ବିହାର ଭୋଜପୁର ଜିଲ୍ଲାର ଦାମୋଦରପୁର ଗାଁର ଲୋକେ ମହିଳାଙ୍କୁ ଉଲଗ୍ନ କରିବା ସହ ତାଙ୍କୁ ମାଡ଼ ମାରି ରାସ୍ତାରେ ଚଲାଇଥିଲେ। ଏହାକୁ ନେଇ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ସିଧାସଳଖ ବିହାର ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି।

ନୀତୀଶଙ୍କ ଉଦ୍ଦେଶ୍ୟରେ ତେଜସ୍ୱୀ ଟ୍ୱିଟ୍ କରି କହିଛନ୍ତି, ‘ମାନନୀୟ ମୁଖ୍ୟମନ୍ତ୍ରୀଜୀ, ମୋ’ ବିହାରରେ ଏ କ’ଣ ଚାଲିଛି’?

ସେହିପରି ଉପମୁଖ୍ୟମନ୍ତ୍ରୀ ସୁଶୀଲ୍ ମୋଦିଙ୍କ ଉଦ୍ଦେଶ୍ୟରେ ତେଜସ୍ୱୀ ତାଙ୍କ ଟ୍ୱିଟ୍‌ରେ କହିଛନ୍ତି, ‘ଆପଣ, ବିହାରରେ ମହାଜଙ୍ଗଲରାଜ୍ ଓ ରା‍କ୍ଷସରାଜ୍ ଚଳାଇଛନ୍ତି। ଏପରି ଅଭାବନୀୟ କାଣ୍ଡ ସତ୍ତ୍ୱେ ଆପଣଙ୍କୁ ସବୁକିଛି ମଙ୍ଗଳମୟ ଦିଶୁଛି’।

ସ୍ଥାନୀୟ ପୁଲିସ ଅଧୀକ୍ଷକଙ୍କ କହିବା ଅନୁସାରେ, ଭୋଜପୁର ଜିଲ୍ଲା ଦାମୋଦରପୁର ଗାଁର ୧୯ ବର୍ଷୀୟ ଯୁବକ ବିମଲେଶ୍‌ ଶାହ ରବିବାରରୁ ନିଖୋଜ ଥିଲେ ଏବଂ ତାଙ୍କ ମୃତଦେହ ସୋମବାର ନିକଟସ୍ଥ ଏକ ରେଳଧାରଣାରୁ ଉଦ୍ଧାର କରାଯାଇଥିଲା। ବିମଲେଶ୍‌ଙ୍କୁ ସ୍ଥାନୀୟ ରେଡ୍ ଲାଇଟ୍‌ ଅଞ୍ଚଳରେ ହତ୍ୟା କରାଯାଇଛି ଏବଂ ହତ୍ୟାକାଣ୍ଡ ପଛରେ ସେଠାକାର ଜଣେ ମହିଳାଙ୍କ ସଂପୃକ୍ତି ଥିବା ଗାଁ ଲୋକେ ସନ୍ଦେହ କରିଥିଲେ। ଏହାକୁ ନେଇ ଗ୍ରାମବାସୀମାନେ ସଂଘବଦ୍ଧ ହୋଇ ସ୍ଥାନୀୟ ବଜାରର କିଛି ଦୋକାନରେ ନିଆଁ ଲଗାଇଦେବା ସହ କିଛି ଲୋକଙ୍କୁ ପିଟାପିଟି ମଧ୍ୟ କରିଥିଲେ। ରେଡ୍‌ ଲାଇଟ୍‌ ଅଞ୍ଚଳର ସଂପୃକ୍ତ ମହିଳାଙ୍କୁ ଉଲଗ୍ନ କରିବା ପରେ ମାଡ଼ ମାରି ତାଙ୍କୁ ରାସ୍ତାରେ ବୁଲାଇଥିଲେ।

ଏନେଇ ପୁଲିସ ଏକ ମାମଲା ରୁଜୁ କରିଛି ଏବଂ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିଥିବା ଅଭିଯୁକ୍ତମାନଙ୍କୁ ଠାବ୍ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ପୁଲିସ୍ ଅଧୀକ୍ଷକ କହିଛନ୍ତି।



from Odisha Reporter https://ift.tt/2nWz2Ma

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages