ଦୂତୀଙ୍କ ଏସିଆନ୍ ଗେମ୍ସ ପ୍ରଦର୍ଶନରେ ସରକାର ଖୁସ୍: ଆଉ ଦେଢ଼କୋଟି ଦେବାକୁ ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ଦୂତୀଙ୍କ ଏସିଆନ୍ ଗେମ୍ସ ପ୍ରଦର୍ଶନରେ ସରକାର ଖୁସ୍: ଆଉ ଦେଢ଼କୋଟି ଦେବାକୁ ଘୋଷଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏସିଆନ୍‌ ଗେମ୍ସରେ ଚମକଦାର୍‌ ସଫଳତା ପାଇଥିବା ଓଡ଼ିଆ ଝିଅ ଦୂତୀ ଚାନ୍ଦଙ୍କ ଉପରେ ଓଡ଼ିଶା ସରକାର ଟଙ୍କା ବର୍ଷା କରିଛନ୍ତି। ଗତକାଲିର ସଫଳତା ପାଇଁ ରାଜ୍ୟ ସରକାର ଆଜି ପୁଣି ଦୂତୀଙ୍କୁ ଦେଢ଼କୋଟି ଟଙ୍କା ପୁରସ୍କାର ଆକାରରେ ଦେବେ ବୋଲି ଘୋଷଣା କରିଛନ୍ତି।

ଜାକର୍ତ୍ତାଠାରେ ଚାଲିଥିବା ଏସିଆନ ଗେମ୍ସରେ ଦୂତୀଙ୍କ ସଫଳତା ଉଲ୍ଲେଖନୀୟ ରହିଛି। ଗତକାଲି ସେ ୨୦୦ ମିଟର୍‌ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରି ଉଭୟ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣି ଦେଇଥିଲେ।

ଏହାପୂର୍ବରୁ ମଧ୍ୟ ୧୦୦ ମିଟର ଦୌଡ଼ରେ ଦୂତୀ ରୌପ୍ୟ ପଦକ ଜିତିଥିଲେ। ସେତେବେଳେ ଏହି ସଫଳତାର ଖୁସିରେ ରାଜ୍ୟ ସରକାର ଦୂତୀଙ୍କୁ ପୁରସ୍କାର ବାବଦକୁ ଦେଢ଼କୋଟି ଟଙ୍କା ଦେବେ ବୋଲି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଘୋଷଣା କରିଥିଲେ।

ଗତକାଲି ପୁଣି ୨୦୦ ମିଟର ଦୌଡ଼ରେ ଦୂତୀ ସଫଳତା ପାଇବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତୀଙ୍କୁ ଆଉ ଦେଢ଼କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ତେଣୁ ରାଜ୍ୟ ସରକାର ଦୂତୀଙ୍କୁ ମୋଟ ୩ କୋଟି ଟଙ୍କା ଅର୍ଥରାଶି ପୁରସ୍କାର ଆକାରରେ ଦେବେ। ଏଥିସହ ଦୂତୀଙ୍କ ଅଲିମ୍ପିକ ପ୍ରସ୍ତୁତି ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି।



from Odisha Reporter https://ift.tt/2C1YGci

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages