ହିଜବୁଲ୍‌ ମୁଖ୍ୟ ସଲାଉଦ୍ଦିନର ପୁଅ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ହିଜବୁଲ୍‌ ମୁଖ୍ୟ ସଲାଉଦ୍ଦିନର ପୁଅ ଗିରଫ

ଶ୍ରୀନଗର: କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜବୁଲ୍‌ ମୁଜାହିଦ୍ଦିନର ମୁଖ୍ୟ ସୟିଦ ସଲାଉଦ୍ଦିନ୍‌ର ପୁଅ ଶକିଲକୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଆଜି ଶ୍ରୀନଗରରୁ ଗିରଫ କରିଛି। ଶକିଲ୍‌କୁ ୨୦୧୧ ମସିହା ଟେରର୍‌ ଫଣ୍ଡିଂ ମାମଲାରେ ଗିରଫ କରାଯାଇଛି। ଶକିଲ ଅନେକ ସମୟରେ ସଲାଉଦ୍ଦିନଠାରୁ ପାଣ୍ଠି ସଂଗ୍ରହ କରୁଥିଲା ବୋଲି ଏନ୍‌ଆଇଏ ପକ୍ଷରୁ କୁହାଯାଇଛି।

ଦିଲ୍ଲୀରେ ଏନ୍‌ଆଇଏର ଜଣେ ମୁଖପାତ୍ର ସୂଚନା ଦେଇ କହିଛନ୍ତି, ଶକିଲ ବର୍ତ୍ତମାନ ଏକ ପ୍ରତିଷ୍ଠିତ ସରକାରୀ ମେଡିକାଲ୍‌ରେ ଲ୍ୟାବ୍‌ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ଗତକାଲି ଶ୍ରୀନଗରର ରାମ୍ବା ଅଞ୍ଚଳରୁ ଧରା ଯାଇ ଗୃହବନ୍ଦୀ କରି ରଖାଯାଇଥିଲା। ଆଜି ସକାଳେ ଏନ୍‌ଆଇର ଏକ ଟିମ୍‌ ସହ ସିଆର୍‌ପିଏଫ୍‌ ଓ ଜମ୍ମୁ-କଶ୍ମୀର ପୁଲିସ୍‌ ତାଙ୍କୁ ଟେରର୍‌ ଫଣ୍ଡିଂ ମାମଲାରେ ଗିରଫ କରିଛନ୍ତି ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ଜୁନ୍‌ ମାସରେ ଏନ୍‌ଆଇଏ ସଲାଉଦ୍ଦିନ୍‌ ଆଉ ଜଣେ ପୁଅ ଶାହିଦଙ୍କୁ ଟେରର୍‌ ଫଣ୍ଡିଂ ମାମଲାରେ ଗିରଫ କରିଥିଲା। ଶାହିଦ୍‌ ଜମ୍ମୁ-କଶ୍ମୀର ସରକାରଙ୍କ କୃଷି ବିଭାଗର ଜଣେ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।

ଏନ୍‌ଆଇଏର କହିବା ଅନୁଯାୟୀ, ଶକିଲ ଆମେରିକାରେ ଅବସ୍ଥାପିତ ଏକ ଅନ୍ତର୍ଜାତୀୟ କମ୍ପାନୀକୁ ଢାଲ କରି ଅଜିଜ୍‌ ଅହମ୍ମଦ ଭଟ୍ଟ ଠାରୁ ପାଣ୍ଠି ସଂଗ୍ରହ କରୁଥିଲେ। ଏନ୍‌ଆଇଏ ଅଜିଜ୍‌ର ସମ୍ପର୍କ ବିଭିନ୍ନ ଆତଙ୍କବାଦୀ ସଂଗଠନ ସହ ରହିଛି ବୋଲି ଜଣାପଡ଼ିବା ପରେ ସେ ଫେରାର ହୋଇ ଏବେ ସାଉଦି ଆରବ୍‌ରେ ଆତ୍ମଗୋପନ କରିଛି।

୨୦୧୧ରୁ ଏନ୍‌ଆଇଏ ଟେରର୍‌ ଫଣ୍ଡିଂ ମାମଲାର ତଦନ୍ତ ଆରମ୍ଭ କରିଥିଲା। ପାକିସ୍ତାନରୁ ଦିଲ୍ଲୀ ଦେଇ ଜମ୍ମୁ-କଶ୍ମୀରକୁ ଅର୍ଥ ଆସୁଥିବା ଜଣାପଡ଼ିଥିଲା।

ଅନ୍ୟପକ୍ଷରେ ଏନ୍‌ଆଇଏ ଆଜି ଏ++ ଆତଙ୍କବାଦୀ ରିୟାଜ୍‌ ନାଇକୁର ବାପାଙ୍କୁ ଗିରଫ କରିଛି। ଟେର୍‌ର୍‌ ଫଣ୍ଡିଂ ମାମଲାରେ ତାଙ୍କୁ ପୁଲୱାମାର ଅୱନ୍ତିପୁରାରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ରିୟାଜ୍‌ ହିଜବୁଲର ଜମ୍ମୁ-କଶ୍ମୀର କମାଣ୍ଡର ଭାବେ କାର୍ଯ୍ୟ କରୁଛି।



from Odisha Reporter https://ift.tt/2NwPfTz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages