ସରକାରୀ ଗେଜେଟ୍ ସାଂସଦଙ୍କ ନାଁ ଭୁଲ୍ ଛାପିଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

ସରକାରୀ ଗେଜେଟ୍ ସାଂସଦଙ୍କ ନାଁ ଭୁଲ୍ ଛାପିଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ଜାରି ଗେଜେଟ୍‌ରେ ରାଜ୍ୟର ଜଣେ ସାଂସଦଙ୍କ ନାଁ ଭୁଲ୍ ରହିବା ଏବେ ପ୍ରଶାସନିକ କଳର ବେପରୁଆ ନୀତିକୁ ପଦାରେ ପକାଇଛି। ରାଜ୍ୟ ସ୍ୱାସ୍ଥ୍ୟ ମିଶନର ସଦସ୍ୟ ଭାବେ ନବରଙ୍ଗପୁର ସାଂସଦଙ୍କୁ ସାମିଲ କରାଯାଇଛି। କିନ୍ତୁ ଗେଜେଟ୍‌ରେ ବଳଭଦ୍ର ମାଝୀଙ୍କ ସ୍ଥାନରେ ରବୀନ୍ଦ୍ର ମାଝୀ ଲେଖାଯାଇଥିବା ଜଣାପଡ଼ିଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅଗଷ୍ଟ ୨ ତାରିଖରେ ପ୍ରକାଶିତ ‘ଗେଜେଟ୍ ରିଜୋଲ୍ୟୁସନ୍‌’ରେ ଓଡ଼ିଶା ସରକାର ରାଜ୍ୟ ସ୍ୱାସ୍ଥ୍ୟ ମିଶନର ପୁନର୍ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ମିଶନର ଅଧ୍ୟକ୍ଷ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ସହ ଅଧ୍ୟକ୍ଷ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଆବାହକ ଭାବେ ମିଶନରେ ସାମିଲ କରାଯାଇଥିବା ବେଳେ, ୩୯ ଜଣଙ୍କୁ ସଦସ୍ୟ ଭାବେ ଏଥିରେ ସାମିଲ କରାଯାଇଛି।

୭ଟି ବିଭାଗର ମନ୍ତ୍ରୀଙ୍କ ସମେତ ଜଣେ ସାଂସଦ ଓ ଜଣେ ବିଧାୟକ ବର୍ଗରେ ନବରଙ୍ଗପୁର ସାଂସଦ ଏବଂ ସମ୍ବଲପୁର ବିଧାୟକଙ୍କୁ ସଦସ୍ୟ ରଖାଯାଇଛି। ନବରଙ୍ଗପୁର ସାଂସଦଙ୍କ ନାଁ ଗେଜେଟ୍‌ରେ ରବୀନ୍ଦ୍ର ମାଝୀ ଲେଖାଯାଇଛି।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ଜାରି ହୋଇଥିବା ଗେଜେଟ୍‌କୁ କିଭଳି ଏତେ ଖାମଖିଆଲି ଭାବେ ସରକାର ସର୍ବସାଧାରଣରେ ପ୍ରକାଶ କରିଛନ୍ତି? ୮ ଦିନ ବିତିଯାଇଥିଲେ ମଧ୍ୟ ଏହି ତ୍ରୁଟିଯୁକ୍ତ ଗେଜେଟ୍‌କୁ ସଂଶୋଧନ କରିବା ପାଇଁ ସରକାର ତତ୍ପରତା ଦେଖାଇନାହାନ୍ତି।

ତା’ ଛଡ଼ା ସ୍ୱାସ୍ଥ୍ୟ ମିଶନର ସଦସ୍ୟ ଭାବେ ଯେଉଁମାନଙ୍କୁ ନିଆଯାଇଛି, ସେଥିରେ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ବାଦ୍ ଦେଲେ ଅନ୍ୟ ୧୦ ଜଣ ଏଭଳି ଅଛନ୍ତି, ଯେଉଁମାନେ କି ପ୍ରତ୍ୟକ୍ଷ ଭାବେ ବିଜେଡି କର୍ମୀ। ତେଣୁ ସରକାରଙ୍କ ଅଜାଣତରେ ତ ଏଭଳି ଭୁଲ୍ ହୋଇଛି ବୋଲି କୁହାଯାଇନପାରେ।

ଅନ୍ତତଃପକ୍ଷେ ରାଜ୍ୟପାଳଙ୍କ ନାଁରେ ଜାରି ହେଉଥିବା ଗେଜେଟ୍‌କୁ ସରକାର ତ୍ରୁଟିମୁକ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି।



from OdishaReporter https://ift.tt/2MiKMGD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages