ନାବାଳିକାକୁ ଜଙ୍ଗଲ ଭିତରକୁ ଟେକିନେଲେ, ତାପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

ନାବାଳିକାକୁ ଜଙ୍ଗଲ ଭିତରକୁ ଟେକିନେଲେ, ତାପରେ…

ରାଉରକେଲା (ଓଡ଼ିଶା ରିପୋର୍ଟର): ଆମ ସମସ୍ତଙ୍କ ପାଇଁ ଲଜ୍ଜା। ରାଜ୍ୟରେ ପୁଣି ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛି। ନାବାଳିକାଟି ଦିନ ଦ୍ୱି’ପହରରେ ଘରକୁ ଫେରୁଥିବା ବେଳେ ତାକୁ ଉଠାଇ ନେଲେ ୪ ଯୌନପିପାସୁ ରାକ୍ଷସ।

ଜଙ୍ଗଲ ଭିତରେ ତା ସହିତ ଜଣକ ପରେ ଜଣେ ଦୁଷ୍କର୍ମ କରିବା ପରେ ତାକୁ ସେହି ଜଙ୍ଗଲରେ ଛାଡ଼ି ପଳାଇ ଗଲେ। ଏପରି ଅମାନବୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି।

ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ଗତ ଗୁରୁବାର ଅପରାହ୍ନ ୧୧ଟା ବେଳେ ଜଣେ ୧୬ ବର୍ଷୀୟା ନାବାଳିକା ଘରକୁ ଫେରୁଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କୁ ଜୋର ଜବରଦସ୍ତ ନିକଟସ୍ଥ ଜଙ୍ଗଲକୁ ଉଠାଇ ନେଇଥିଲେ। ପୂର୍ବରୁ ଉକ୍ତ ଜଙ୍ଗଲରେ ଉପସ୍ଥିତ ଥିବା ତିନି ସାଙ୍ଗଙ୍କ ସହିତ ମିଶି ସେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ସନ୍ଧ୍ୟା ପର୍ଯ୍ୟନ୍ତ ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡେ ଖୋଜିଥିଲେ ମଧ୍ୟ ପାଇନଥିଲେ। ରାତିରେ ନାବାଳିକା ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ। ପରେ ନାବାଳିକାଙ୍କ ପରିବାର ଲୋକେ ବିଶ୍ରା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସୁନ୍ଦରଗଡ ଜିଲ୍ଲା ଜଜ୍‌ କୋର୍ଟରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ଆଜି ପୀଡ଼ିତାଙ୍କ ଡାକ୍ତରୀ ମଇନା କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି  ରଖିଛି।



from OdishaReporter https://ift.tt/2KGP4Tr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages