ଶାର୍ଦ୍ଦୁଲଙ୍କୁ ରୌପ୍ୟ, ସେମିରେ ହାରି ବ୍ରୋଞ୍ଜ ପାଇଲେ ଅଙ୍କିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ଶାର୍ଦ୍ଦୁଲଙ୍କୁ ରୌପ୍ୟ, ସେମିରେ ହାରି ବ୍ରୋଞ୍ଜ ପାଇଲେ ଅଙ୍କିତା

ଜାକର୍ତ୍ତା: ଚଳିତ ଏସିଆନ୍‌ ଗେମ୍ସ୍‌ର ପଞ୍ଚମ ଦିନ ଆରମ୍ଭରୁ ଭାରତକୁ ଦୁଇଟି ପଦକ ମିଳିଛି।

ଶୁଟିଂରେ ୧୫ ବର୍ଷୀୟ ଶାର୍ଦ୍ଦୁଲ ବିହାନ ରୌପ୍ୟ ଜିତିଥିବା ବେଳେ ମହିଳା ଟେନିସ୍‌ ସିଙ୍ଗଲ୍ସରେ ଅଙ୍କିତା ରାଇନା ବ୍ରୋଞ୍ଜ ପଦକ ପାଇଛନ୍ତି।

ଏସିଆନ୍‌ ଗେମ୍ସର ସର୍ବକନିଷ୍ଠ ଖେଳାଳି ଭାବେ ଶାର୍ଦ୍ଦୁଲ ଭାଗ ନେଇଥିଲେ। ତେବେ ଆଜିର ପୁରୁଷ ଶୁଟିଂ ଡବଲ୍‌ ଟ୍ରାପ୍‌ ଇଭେଣ୍ଟରେ ଶାର୍ଦ୍ଦୁଲ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଥିଲେ। କ୍ୱାଲିଫିକେସନ୍‌ ରାଉଣ୍ଡରେ ଶାର୍ଦ୍ଦୁଲ ୧୪୧ ପଏଣ୍ଟ ପାଇ ଫାଇନାଲ୍‌ରେ ପହଞ୍ଚିଥିଲେ।

ଫାଇନାଲ୍‌ ମୁକାବିଲାରେ କିନ୍ତୁ ଶାର୍ଦ୍ଦୁଲ ଦକ୍ଷିଣ କୋରିଆର ଶିନ୍‌ ହିୟୋନୱୁଙ୍କଠାରୁ ମାତ୍ର ଅଳ୍ପ  ବ୍ୟବଧାନରେ ପରାସ୍ତ ହୋଇ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ। ତୃତୀୟ ଟିନଏଜର୍ ଭାବେ ଶାର୍ଦ୍ଦୁଲ ଭାରତ ପାଇଁ ଚଳିତ ଏସିଆନ୍‌ ଗେମ୍ସ୍‌ରେ ପଦକ ଜିତିଛନ୍ତି।

 ପୂର୍ବରୁ ଶୁଟିଂରେ ୧୯ ବର୍ଷୀୟ ଲକ୍ଷ୍ୟ ଶେରୋନ୍‌ ପୁରୁଷ ଟ୍ରାପ୍‌ ଇଭେଣ୍ଟରେ ରୌପ୍ୟ ଜିତିଥିବା ବେଳେ ୧୦ ମିଟର୍‌ ଏୟାର ପିସ୍ତଲ୍‌ ଇଭେଣ୍ଟରେ ୧୬ ବର୍ଷୀୟ ସୌରଭ ଚୌଧୁରୀ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଅଙ୍କିତା ରାଇନା

ସେହିପରି ମହିଳା ଟେନିସ୍‌ର ସିଙ୍ଗଲ୍ସ ସେମିଫାଇନାଲ୍‌ରେ ଭାରତରର ଅଙ୍କିତା ରାଇନା ତାଙ୍କ ଚୀନ୍‌ ପ୍ରତିପକ୍ଷଙ୍କଠାରୁ ପରାସ୍ତ ହୋଇଛନ୍ତି।

ଅଙ୍କିତାଙ୍କୁ ବିଶ୍ୱର ୩୪ ତମ ସିଡ୍‌ ଚୀନ୍‌ର ଶୁହାଇ ଝାଙ୍ଗ ସିଧାସଳଖ ୪-୬ ଓ ୬-୭ ଗେମ୍‌ରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ଏହି ପରାଜୟ ପରେ ଅଙ୍କିତାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଆଜିର ସଫଳତା ପରେ ଭାରତର ପଦକ ସଂଖ୍ୟା ୧୭ରେ ପହଞ୍ଚିଛି। ଏଥିରେ ୪ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୯ଟି କାଂସ୍ୟ ରହିଛି।



from Odisha Reporter https://ift.tt/2wf3R2c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages