ବଜ୍ରପାତ ନେଲା ଖୁଡ଼ି ଓ ଝିଆରୀଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ବଜ୍ରପାତ ନେଲା ଖୁଡ଼ି ଓ ଝିଆରୀଙ୍କ ଜୀବନ

ଅନୁଗୋଳ (ବିରଜା ଦାସ): ବିଲରେ କାମ କରୁଥିବା ବେଳେ ହେଲା ପ୍ରଚଣ୍ଡ ବଜ୍ରପାତ। ଫଳରେ ସେହି ବିଲରେ ହିଁ ଟଳି ପଡ଼ିଲେ ଖୁଡ଼ି ଓ ଝିଆରୀ। ଅନ୍ୟ ଜଣେ ସାମାନ୍ୟ ଆହତ ହୋଇ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଆଜି ଏପରି ଏକ ମର୍ମନ୍ତୁତ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ।

ପୂରା ଘଟଣା ଏମିତି। ଡେରଜାଙ୍ଗ ଗାଁର ଶାନ୍ତିଲତା ପ୍ରଧାନ ଓ ତାଙ୍କ ଝିଆରୀ ବୈଶାଖୀ ପ୍ରଧାନ ବିଲରେ କାମ କରୁଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଶାନ୍ତିଲତା, ବୈଶାଖୀ ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଶାନ୍ତିଲତା ଓ ବୈଶାଖୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣା ପରେ ଅନ୍ୟ ଲୋକମାନେ କାମ ଛାଡ଼ି ପଳାଇ ଯାଇଥିଲେ। ସୂଚନାରୁ ପ୍ରକାଶ, ଆଜି ଅନୁଗୋଳ ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ମଧ୍ୟ ହୋଇଥିଲା।



from OdishaReporter https://ift.tt/2nHw522

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages