ବଲାଙ୍ଗିରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ବଲାଙ୍ଗିରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

bolangiri

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ଜିଲ୍ଲା ପାଇଁ ନୂଆଁଖାଇ ଲଗ୍ନ ବାହାରିଛି। ନିଜ ଅଞ୍ଚଳର ଇଷ୍ଟଦେବୀଙ୍କ ରାଶି ଓ ନକ୍ଷତ୍ରକୁ ଗଣନା କରି ନବାନ୍ନ ଭକ୍ଷଣ ପାଇଁ ଶୁଭଲଗ୍ନ ବାହାର କରିଥାନ୍ତି ପଣ୍ଡିତ। ବଲାଙ୍ଗିର ଜିଲ୍ଲାର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ, ସମଲେଶ୍ୱରୀ ଏବଂ ପାଟଣା ମହାରାଜାଙ୍କ ନାମ ନକ୍ଷତ୍ରକୁ ଗଣନା କରି ଏଥରର ଶୁଭ ଲଗ୍ନ ବାହାର କରିଛନ୍ତି ରାଜଜ୍ୟୋତିଷ ଓ ପଣ୍ଡିତମାନେ।

ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସେପ୍ଟେମ୍ବର ୧୪ ତାରିଖ ଶୁକ୍ରବାର ତୁଳା ଲଗ୍ନରେ ସକାଳ ୧୦ଟା ୧୫ରୁ ୧୦ଟା ୨୯ ଭିତରେ ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ଏବଂ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଅର୍ପଣ କରାଯିବ। ପରେ ଜିଲ୍ଲାବାସୀ ନବାନ୍ନ ଭକ୍ଷଣ କରିବେ।

ପରମ୍ପରା ଅନୁସାରେ ଆଜି ଶଳଶ୍ରୀ ପ୍ୟାଲେସ୍‌ ପରିସରରେ ଥିବା ନୀଳକଣ୍ଠ ମନ୍ଦିରଠାରେ ଭଗବାନ ଗଣେଷଙ୍କ ପୂଜାର୍ଚ୍ଚନା ପରେ ନୂଆଁଖାଇ ଲଗ୍ନକୁ ସାର୍ବଜନୀନ କରଯାଇଥିଲା।

ଲଗ୍ନ ନିର୍ଦ୍ଧାରଣ କମିଟି ସଭାପତି ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ଅଧ୍ୟକ୍ଷତାରେ ରାଜପୁରୋହିତ ଏବଂ ପଣ୍ଡିତମାନଙ୍କ ଉପସ୍ଥିତିରେ ଚଳିତବର୍ଷର ନୂଆଁଖାଇ ଲଗ୍ନ ବାହାର କରାଯାଇଛି।



from OdishaReporter https://ift.tt/2KUc6WI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages