
ନୂଆଦିଲ୍ଲୀ: ଏସ୍ସି/ଏସ୍ଟି ଆକ୍ଟ ସଂଶୋଧାନ ଦାବି ନେଇ ଗୁରୁବାର ଦେଶବ୍ୟାପୀ ଦଳିତ ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଏନେଇ ଦିଲ୍ଲୀର ଜନ୍ତରମନ୍ତରରେ ସଙ୍ଗଠନ ପକ୍ଷରୁ ଆୟୋଜିତ ସମାବେଶରେ ଉଦ୍ବୋଧନ ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଥିଲେ।
ରାହୁଲ୍ କହିଥିଲେ ଯେ ”ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ଦଳିତଙ୍କ ପାଇଁ କୌଣସି ସ୍ଥାନ ନାହିଁ। ଏମିତି କି ମୋଦିଙ୍କ ଚିନ୍ତାଧାରା ମଧ୍ୟ ଦଳିତ ବିରୋଧୀ। ଆମେ ସମସ୍ତେ ମିଶି ୨୦୧୯ରେ ତାଙ୍କୁ ହରାଇବା। କଂଗ୍ରେସ ସବୁବେଳେ ଏସ୍ସି/ଏସ୍ଟିଙ୍କ ସ୍ୱାର୍ଥରକ୍ଷା ଦିଗରେ କାମ କରି ଆସିଛି ଏବଂ ଆଗକୁ ମଧ୍ୟ ଏହା ଜାରି ରଖିବ। ଏସ୍ସି/ଏସ୍ଟି ଆକ୍ଟ୍ ସଂଶୋଧାନକୁ ମଧ୍ୟ ତାଙ୍କ ଦଳ ସମର୍ଥନ କରୁଛି।”
ରାହୁଲ୍ ଆହୁରି ମଧ୍ୟ କହିଥିଲେ,“ଯେଉଁ ରାଜ୍ୟରେ ବିଜେପି ସରକାର ରହିଛି, ସେଠାରେ ଦଳିତଙ୍କ ଉପରେ ଆକ୍ରମଣ ହେଉଛି। ଯେତେବେଳେ ମୋଦି ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ସେ ତାଙ୍କ ବହିରେ ଲେଖିଥିଲେ ଯେ ଦଳିତଙ୍କୁ ସଫା କରିବାକୁ ତାଙ୍କୁ ଖୁସି ଲାଗିଥାଏ। ଏହା ହିଁ ତାଙ୍କର ଚିନ୍ତାଧାରା।”
ଏହି ସମାବେଶରେ ରାହୁଲଙ୍କ ସହ ସିପିଆଇଏମ୍ ମହାସଚିବ ସୀତାରାମ ୟେଚୁରି ମଧ୍ୟ ସାମିଲ ହୋଇଥିଲେ।
from OdishaReporter https://ift.tt/2vvh07J
No comments:
Post a Comment