
ଜୁଜୱା(ଗୁଜରାଟ୍):୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣ ହେବ ବୋଲି ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଦେଶର ସମସ୍ତ ବାସହୀନ ଲୋକଙ୍କୁ ୨୦୨୨ ସୁଦ୍ଧା ଘର ଯୋଗାଇ ଦିଆଯିବ ବୋଲି ଶ୍ରୀ ମୋଦି ଗୁଜରାଟର ଜୁଜୱାଠାରେ ଆୟୋଜିତ ଏକ ସଭାରେ ଘୋଷଣା କରିଛନ୍ତି।
ସେ କହିଛନ୍ତି ୨୦୨୨ରେ ଦେଶ ତା’ର ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବ। ଏହି ୭୫ ତମ ସ୍ୱାଧୀନତା ଦିବସ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଦେଶର ସମସ୍ତ ବାସହୀନ ପରିବାରକୁ ଘର ଯୋଗାଇ ଦିଆଯିବ। ପୂର୍ବରୁ ଏହି ଯୋଜନାର ହିତାଧିକାରୀମାନଙ୍କ ସହ ଆଲୋଚନା କରିବା ବେଳେ ଶ୍ରୀ ମୋଦି ଏକଥା କହିଛନ୍ତି।
ଶ୍ରୀ ମୋଦି ଆହୁରି କହିଛନ୍ତି “ଗୁଜରାଟ ମୋତେ ଅନେକ କିଛି ଶିଖାଇଛି। ସ୍ୱପ୍ନକୁ କେମିତି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରଣ କରାଯାଇ ପାରିବ ସେକଥା ଗୁଜରାଟର ମାଟି ମୋତେ ବୁଝାଇ ଦେଇଛି। ମୁଁ ସ୍ୱପ୍ନ ଦେଖିଛି, ଦେଶ ୨୦୨୨ରେ ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବା ବେଳକୁ ସମସ୍ତ ପରିବାର ପାଖରେ ନିଜସ୍ୱ ଗୃହ ରହିବ। ଏହି ସ୍ୱପ୍ନକୁ ସାକାର କରିବାକୁ ଆମ ସରକାର ସର୍ବଦା କାର୍ଯ୍ୟରତ।”
from Odisha Reporter https://ift.tt/2MJLHQK
No comments:
Post a Comment