
ଆସନ୍ତା ରବିବାର ପଡ଼ୁଛି ରାଖୀ ପୂର୍ଣ୍ଣିମା। ଏହି ଦିନ ଭାଇ ହାତରେ ଭଉଣୀ ରାଖୀ ବାନ୍ଧି ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିବ। ବଦଳରେ ଭାଇ ଭଉଣୀକୁ ସୁରକ୍ଷା ଦେବାର ସଂକଳ୍ପ ନେବ। ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ।
ପ୍ରତ୍ୟେକ ବର୍ଷ ରାଖୀ ପୂର୍ଣ୍ଣିମାରେ ଆପଣ ଭାଇ ହାତରେ ରାଖୀ ବାନ୍ଧୁଥିବେ। ଏଥର କିଛି ନୂଆ କରନ୍ତୁ। ଭାଇର ରାଶି ଅନୁସାରେ ରାଖୀ କିଣନ୍ତୁ।
ତା’ହେଲେ ଆସନ୍ତୁ ଜାଣିବା ରାଶି ଅନୁସାରେ କେଉଁ ରଙ୍ଗର ରାଖୀ କିଣିବା ଉଚିତ୍। ତା’ସହିତ ରାଖୀ ପୂର୍ଣ୍ଣିମା ଦିନ ଆଉ କ’ଣ କରିବା ଉଚିତ୍ ଜାଣନ୍ତୁ।
ମେଷ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ନାଲି ରଙ୍ଗର ରାଖୀ କିଣନ୍ତୁ। ଏହା ସହିତ ରାଖୀ ପୂର୍ଣ୍ଣିମା ଦିନ ଉଭୟ ଭାଇଭଉଣୀ ଚାରି ଜଣ ଅସହାୟ ଲୋକଙ୍କୁ ଦାନ କରନ୍ତୁ। ସୁଫଳ ପ୍ରାପ୍ତି ହେବ।
ବୃଷ: ଭାଇଙ୍କ ରାଶି ବୃଷ ହୋଇଥିଲେ ତାଙ୍କ ପାଇଁ ନୀଳ ରଙ୍ଗର ରାଖୀ କିଣନ୍ତୁ। ଏହାସହିତ ରାଖୀ ପୂର୍ଣ୍ଣିମା ଦିନ ଗରିବ ଲୋକଙ୍କୁ ଅନ୍ନ ଦାନ କରନ୍ତୁ।
ମିଥୁନ: ଏହି ରାଶିର ବ୍ୟକ୍ତିଙ୍କୁ ସବୁଜ ରଙ୍ଗର ରାଖୀ ବାନ୍ଧନ୍ତୁ। ଭାଇଭଉଣୀ ଏହି ଦିନରେ ବସ୍ତ୍ର ଦାନ କରନ୍ତୁ ଓ ମା’ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ।
କର୍କଟ: ଆପଣଙ୍କ ଭାଇଙ୍କ ରାଶି କର୍କଟ ହୋଇଥିଲେ ତାଙ୍କୁ ହଳଦିଆ ଓ ଧଳା ରଙ୍ଗର ରାଖୀ ବାନ୍ଧନ୍ତୁ। ତା’ ସହିତ ଧଳା ରଙ୍ଗର ବସ୍ତ୍ର ଦାନ କରନ୍ତୁ ଓ ଭଗବାନ ଶ୍ରୀ କୁଷ୍ଣଙ୍କୁ ପୂଜା କରନ୍ତୁ।
ସିଂହ: ଏହି ରାଶିର ବ୍ୟକ୍ତିଙ୍କୁ ଗୋଲଡେନ୍, ହଳଦିଆ ଓ ଗୋଲାପି ରଙ୍ଗର ରାଖୀ ବାନ୍ଧନ୍ତୁ। ଏହି ଦିନରେ ଭାଇଭଉଣୀ ଗଣେଶଙ୍କୁ ପୂଜା କରନ୍ତୁ ଓ ଗରିବ ପିଲାଙ୍କୁ ବହି ଦାନ କରନ୍ତୁ।
କନ୍ୟା: ଏହି ରାଶିର ବ୍ୟକ୍ତିଙ୍କୁ ଧଳା ରଙ୍ଗର ରାଖୀ ବାନ୍ଧନ୍ତୁ। ଏହି ଦିନ ଭାଇଭଉଣୀ କାଳୀ ମା’ଙ୍କୁ ପୂଜା କରନ୍ତୁ ଓ ଗଛ ଲଗାନ୍ତୁ।
ତୁଳା: ଆପଣଙ୍କ ଭାଇଙ୍କ ରାଶି ତୁଳା ହୋଇଥିଲେ ତାଙ୍କ ହାତରେ ଧଳା ଓ ହାଲ୍କା ନୀଳ ରଙ୍ଗର ରାଖୀ ବାନ୍ଧନ୍ତୁ। ଏହି ଦିନରେ ଭାଇଭଉଣୀ ଶନିଦେବଙ୍କୁ ପୂଜା କରନ୍ତୁ ଓ ଗରିବଙ୍କୁ ଖାଇବାକୁ ଦିଅନ୍ତୁ।
ବିଛା: ଏହି ରାଶିର ବ୍ୟକ୍ତିଙ୍କୁ ଲାଲ୍ ଓ ଗୋଲାପି ରଙ୍ଗର ରାଖୀ ବାନ୍ଧନ୍ତୁ। ତା’ସହିତ ଭାଇଭଉଣୀ ଭଗବାନ କାର୍ତ୍ତିକଙ୍କୁ ପୂଜା କରନ୍ତୁ।
ଧନୁ: ଭାଇଙ୍କ ରାଶି ଧନୁ ହୋଇଥିଲେ ତାଙ୍କ ହାତରେ ‘ଚନ୍ଦନ’ ରଙ୍ଗର ରାଖୀ ବନ୍ଧନ୍ତୁ। ଏହା ସହିତ ଭାଇଙ୍କ ସହ ମିଶି ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ ଓ ଗରିବଙ୍କୁ ଦାନ କରନ୍ତୁ।
ମକର: ଏହି ରାଶିର ବ୍ୟକ୍ତିଙ୍କୁ ନୀଳ ବା ଗାଢ଼ ନୀଳର ରଙ୍ଗର ରାଖୀ ବାନ୍ଧନ୍ତୁ ଓ କେଶର ତିଳକ ଲଗାଇ ଦିଅନ୍ତୁ। ଏହି ଦିନ ଭାଉଭଉଣୀ ହନୁମାନଙ୍କୁ ପୂଜା କଲେ ଭଲ।
କୁମ୍ଭ: ଭାଇଙ୍କ ରାଶି କୁମ୍ଭ ହୋଇଥିଲେ ତାଙ୍କ ହାତରେ ଯେକୌଣସି ଗାଢ଼ ରଙ୍ଗର ରାଖୀ ବା ରୁଦ୍ରାକ୍ଷରେ ତିଆରି ରାଖୀ ବାନ୍ଧନ୍ତୁ। ତା’ସହିତ ରାଖୀ ପୂର୍ଣ୍ଣିମା ଦିନ ଭାଇଭଉଣୀ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ।
ମୀନ: ଏହି ରାଶିର ବ୍ୟକ୍ତିଙ୍କୁ ହଳିଦିଆ ରଙ୍ଗର ରାଖି ବାନ୍ଧନ୍ତୁ। ତା’ସହିତ ହଳଦିଆ ତିଳକ ଲଗାଇ ଦିଅନ୍ତୁ। ଏହି ଦିନ ଭାଇଭଉଣୀ ଭୋଳାବାବାଙ୍କୁ ପୂଜା କଲେ ଭଲ।
from Odisha Reporter https://ift.tt/2wpW5CK
No comments:
Post a Comment