
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତ୍ୱରାନ୍ୱିତ ହେଲା ବିଧାନ ପରିଷଦ ଗଠନ ପ୍ରକ୍ରିୟା। ଆସନ୍ତା ବିଧାନସଭା ଅଧିବେଶନରେ ଏନେଇ ଆସିବ ରିଜୋଲ୍ୟୁସନ୍। ଏହି ରିଜୋଲ୍ୟୁସନ ଆଣିବା ସଂପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଛି।
ଆଜି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସଂସଦୀୟ ମନ୍ତ୍ରୀ ବିକ୍ରମ ଆରୁଖ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ବିଧାନସଭାର ଆସନ୍ତା ମୌସୁମୀ ଅଧିବେଶନରେ ଏ ସଂପର୍କିତ ରିଜୋଲ୍ୟୁସନ୍ ଆସିବ। ବିଧାନ ପରିଷଦରେ ୪୯ ଜଣ ସଦସ୍ୟ ରହିବେ।
ବିଧାନ ପରିଷଦ ଗଠନ ପାଇଁ ବିଭିନ୍ନ ରାଜ୍ୟ ଗସ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ ଅନୁଧ୍ୟାନକାରୀ କମିଟି।
ବିଧାନ ପରିଷଦ ଗଠନ ସଂପର୍କିତ ପ୍ରସ୍ତାବ ସହିତ ଆଉ ୮ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି।
from Odisha Reporter https://ift.tt/2ML7Aiu
No comments:
Post a Comment