ବେଜିଂ: ଡୋକ୍ଲାମ ବିବାଦ ପରେ ଭାରତୀୟ ସେନା ଓ ଯବାନଙ୍କ ଯୁଦ୍ଧ କ୍ଷମତାକୁ ନେଇ ଚୀନ୍ ଛାନିଆ ହୋଇଯାଇଛି। ତାକୁ ଲାଗୁଛି, ଯୁଦ୍ଧ କ୍ଷେତ୍ରରେ ଭାରତୀୟ ଯବାନଙ୍କ ମୁକାବିଲା କରିବାକୁ ନିଜ ସେନା ସକ୍ଷମ ହେବ ନାହିଁ। ଏଥିପାଇଁ ସୀମାରେ ସୁରକ୍ଷା ବଢ଼ାଇବାରେ ଲାଗିଛି।
ସେଠିକାର (ଚୀନ୍) ଗଣମାଧ୍ୟମ ଅନୁସାରେ, ତିବ୍ଦତର ଭାରତୀୟ ସୀମା ନିକଟରେ ଚୀନ୍ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ କାଟାପଲ୍ଟ ରକେଟ୍ (electromagnetic catapult rocket) ଖୁବଶୀଘ୍ର ମୁତୟନ କରିପାରେ।
ଯଦି ଏହି ରିପୋର୍ଟ ସତ ହୋଇଥାଏ, ତେବେ ଭାରତ ପାଇଁ ଏହା ଚିନ୍ତାର କାରଣ ହୋଇପାରେ। ସୀମା ସୁରକ୍ଷାକୁ ନେଇ ଚୀନ୍ ନେଉଥିବା ବିଭିନ୍ନ ପଦକ୍ଷେପ କେବଳ ଭାରତକୁ ଦୃଷ୍ଟିରେ ରଖି କରାଯାଉଥିବା କୁହାଯାଉଛି।
କ’ଣ ଏହି ରକେଟ୍ ?
ଏହି ରକେଟ୍ର ବିଶେଷତ୍ୱ ହେଲା, କମ୍ ଅକ୍ସିଜେନ୍ ଓ କମ୍ ଆଲୋକ ଥିବା ସ୍ଥାନରୁ ବି ଏହାକୁ ଲଞ୍ଚ୍ କରାଯାଇ ପାରିବ। ଚୀନ୍ ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ପାହାଡ଼ିଆ ଅଞ୍ଚଳ ଓ ଅକ୍ସିଜେନ୍ କମ୍ ଥିବା ସ୍ଥାନରୁ କିଛି ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବାରେ ସମସ୍ୟା ହୋଇଥାଏ। ହେଲେ ଏହି ରକେଟ୍ରେ ଏପରି ସୁବିଧା ସବୁ ରହିଛି। ଯାହାଦ୍ୱାରା ପ୍ରତିକୂଳ ପରିସ୍ଥିତିରେ ଏହାକୁ ସହଜରେ ଶତ୍ରୁପକ୍ଷ ଉପରକୁ କ୍ଷେପଣ କରିହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ରକେଟ୍ର ଲକ୍ଷ୍ୟଭେଦ କରିବାରେ ଏକଦମ୍ ମାହିର୍। ଏଥିପାଇଁ ସୈନିକଙ୍କୁ ପାହାଡ଼ ଉପରକୁ ଏହାକୁ ନେବାକୁ ପଡ଼ିବ ନାହିଁ। ଯେଉଁଠି ଏହାକୁ ସ୍ଥାପନ କରାଯିବ ସେଠାରୁ ପ୍ରତିପକ୍ଷ ସେନାକୁ ଧ୍ୱଂସ କରିବାର କ୍ଷମତା ଏହି ରକେଟ୍ର ରହିଛି।
ଚୀନ୍ ଗବେଷକ ହାନ୍ ହୁନ୍ଲିଙ୍କ ମତରେ, “ଗତ କିଛିଦିନ ହେବ ପଶ୍ଚିମାଞ୍ଚଳ ସୀମାରେ ଯେମିତି ଘଟଣା ସବୁ ଘଟୁଛି, ବିଶେଷ କରି ଡୋକଲାମ ବିବାଦ ଯୋଗୁ ଆମେ ଏପରି ରକେଟ୍ ସ୍ଥାପନ କରିବାକୁ ବାଧ୍ୟ।”
ଚୀନ୍ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ, “ପଶ୍ଚିମାଞ୍ଚଳରେ, ଭାରତ ହିଁ ଚୀନ୍ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ହାଲକ୍ ଭାବେ ନିଆଯାଇ ନପାରେ। ଏହି କାରଣରୁ ଚୀନ୍ ଭାରତକୁ ଲାଗିଥିବା ସୀମାରେ ସୁରକ୍ଷାକୁ ଦୃଢ଼ କରିବାକୁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି।”
from OdishaReporter https://ift.tt/2vIcF0r
No comments:
Post a Comment