ତିନିରୁ ଅଧିକ ବିବାହ କରିଛନ୍ତି ବଲିଉଡ୍‌ର ଏହି କଳାକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ତିନିରୁ ଅଧିକ ବିବାହ କରିଛନ୍ତି ବଲିଉଡ୍‌ର ଏହି କଳାକାର

sanjaya

ମୁମ୍ବାଇ: ଧର୍ମେନ୍ଦ୍ର ଓ ଆମୀର ଖାନ୍‌ଙ୍କ ଠାରୁ ନେଇ ଦିଲ୍ଲୀପ୍‌ କୁମାର ଓ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପର୍ଯ୍ୟନ୍ତ  ସମସ୍ତେ ଦୁଇ ଦୁଇ ଥର ବିବାହ କରିଛନ୍ତି। ବଲିଉଡ୍‌ରେ ଆହୁରି ଏମିତି ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ଆଦୌ ବିବାହ କରି ନାହାନ୍ତି। ଆଉ କିଛି ବିବାହ କଲାପରେ ଅଲଗା ହୋଇଯାଇଛନ୍ତି।  ଆଉ ଏମିତି ବି କିଛି ଯୋଡ଼ି ଅଛନ୍ତି ଯେଉଁମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଖୁସିରେ ଜୀବନ ଅତିବାହିତ କରିଛନ୍ତି। କିନ୍ତୁ ଆମେ ଏମିତି କିଛି ଷ୍ଟାରମାନଙ୍କ ବିଷୟରେ କହିବୁ, ଯେଉଁମାନେ ଗୋଟିଏ କି ଦୁଇଟି ନୁହେଁ, ତିନିରୁ ଅଧିକ ଥର ବିବାହ କରିଛନ୍ତି।

sanjuu

ସଞ୍ଜୟ ଦତ୍ତ:  ପ୍ରାୟ ସମସ୍ତେ ଜାଣିଛନ୍ତି, ସଞ୍ଜୟ ଦତ୍ତ ଗୋଟିଏ କି ଦୁଇ ନୁହେଁ  ବରଂ ତିନୋଟି ବିବାହ କରିଛନ୍ତି। ମାନ୍ୟତା ସଞ୍ଜୟଙ୍କ ତୃତୀୟ ପତ୍ନୀ। ମାନ୍ୟତାଙ୍କ ପୂର୍ବରୁ ସଞ୍ଜୟ ଅଭିନେତ୍ରୀ ରିୟା ପିଲାଇଙ୍କୁ ବିବାହ କରିଥିଲେ। ସଞ୍ଜୟଙ୍କ ପ୍ରଥମ ପତ୍ନୀ ଥିଲେ ରିଚା ଶର୍ମା। ବ୍ରେନ୍‌ ଟ୍ୟୁମର ଯୋଗୁ ମୃତ୍ୟୁ ହୋଇଥିଲା।

kishore kumar

କିଶୋର କୁମାର:  କିଶୋର କୁମାର ୪ଟି ବିବାହ କରିଥିଲେ। ୨୧ ବର୍ଷରେ ସେ ବୟସରେ ପ୍ରଥମ ବିବାହ କରିଥିଲେ। ତାଙ୍କ ପ୍ରଥମ ପତ୍ନୀ ବଙ୍ଗଳା ଫିଲ୍ମର ପ୍ରସିଦ୍ଧ ଗାୟିକା ରୁମା ଗୁହା ଠାକୁର୍‌ତା ଥିଲେ। ଦୁହିଁଙ୍କର ଗୋଟିଏ ପୁଅ। ତାଙ୍କ ନା ଅମିତ୍‌ କୁମାର। ବିବାହର ୮ ବର୍ଷପରେ ତାଙ୍କର ବିଚ୍ଛେଦ ହୋଇଥିଲା। ତା’ପରେ କିଶୋର ଦା’ ସେ ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ମଧୁବାଲାଙ୍କୁ ବିବାହ କରିଥିଲେ। ମଧୁବାଲାଙ୍କ ମୃତ୍ୟୁ ପରେ ଅଭିନେତ୍ରୀ ଯୋଗିତା ବାଲୀଙ୍କୁ ବିବାହ କରିଥିଲେ। ଏହି ବିବାହ ୨ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା। ଯୋଗିତା ପରେ ସେ ଅଭିନେତ୍ରୀ ଲୀନା ଚନ୍ଦ୍ର ବରକରଙ୍କୁ ବିବାହ କରିଥିଲେ।

କବୀର ବେଦି: କବୀର ବେଦି ଏମିତି ଜଣେ ଅଭିନେତା  ଯିଏ ୭୦ ବର୍ଷ ବୟସରେ ଚତୁର୍ଥ ଥର ବିବାହ କରିଥିଲେ। ସେ ପ୍ରଥମେ ନୃତ୍ୟାଙ୍ଗନା ପ୍ରତିମା ବେଦିଙ୍କୁ ବିବାହ କରିଥିଲେ। କବୀର ଓ ପ୍ରତିମାଙ୍କ ଝିଅ ହେଉଛନ୍ତି ଅଭିନେତ୍ରୀ ପୂଜା ବେଦି। ପରେ କବୀର ବ୍ରିଟିଶ୍‌ର ଫ୍ୟାସନ୍‌ ଡିଜାଇନର ସୁସୈନ୍‌ ହମ୍ଫ୍ରେସ୍‌ଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହି ବିବାହ ଅଧିକ ଦିନ ତିଷ୍ଠି ପାରି ନଥିଲା। ସେ ତୃତୀୟ ବିବାହ କରିଥିଲେ ଟିଭି ଓ ରେଡିଓ ପ୍ରୋଜେକ୍ଟର ନିକ୍କିଙ୍କୁ। ୨୦୦୫ରେ ଏହି ଯୋଡ଼ିଙ୍କର ବିବାହ ବିଚ୍ଛେଦ ହୋଇଥିଲା। ପରେ କବୀର ବ୍ରିଟିଶ୍‌ ଅଭିନେତ୍ରୀ ଓ ମଡେଲ୍‌ ପରୱିନ୍‌ ଦୋଶାଞ୍ଝଙ୍କୁ ଡେଟ୍‌ କରୁଥିଲେ। ଦୁହେଁ ଲିଭ୍‌ଇନ୍‌ ରିଲେସନ୍‌ସିପ୍‌ରେ ରହିବା ପରେ ତାଙ୍କୁ ବିବାହ କରିଛନ୍ତି।  କବୀରଙ୍କ ଠାରୁ ପରୱିନ୍‌ ୪ବର୍ଷ ସାନ।

କରଣ ସିଂହ ଗ୍ରୋଭର:  ଅଭିନେତା ଓ ମଡେଲ୍‌ କରଣ ସିଂହ ଗ୍ରୋଭର ବିପାସା ବାସୁଙ୍କୁ ତୃତୀୟ ବିବାହ କରିଛନ୍ତି। ଏହା ପୂର୍ବରୁ ସେ ଟିଭି ଅଭିନେତ୍ରୀ ଜେନିଫର ଓ ଶ୍ରଦ୍ଧା ନିଗମଙ୍କୁ ବିବାହ କରିଥିଲେ।

ନୀଳିମା ଆଜିମ୍‌:  କେବଳ ଅଭିନେତା ନୁହେଁ, କିଛି ଅଭିନେତ୍ରୀ ବି ଏହି ଲିଷ୍ଟ୍‌ରେ ସାମିଲ୍‌ ଅଛନ୍ତି। ଅଭିନେତ୍ରୀ ନୀଳିମା ଆଜିମ୍‌ ତିନୋଟି ବିବାହ କରିଛନ୍ତି। ପ୍ରଥମେ ସେ ଅଭିନେତା ପଙ୍କଜ କପୁରଙ୍କୁ ବିବାହ କରିଥିଲେ। ସେମାନଙ୍କ ପୁଅ ହେଉଛନ୍ତି ଚକୋଲେଟ୍‌ ହିରୋ ପଙ୍କଜ କପୁର। ତାଙ୍କର ଗୋଟିଏ ପୁଅ ସାହିଦ୍‌ କପୁର। ସାହିଦ୍‌ ତିନି ବର୍ଷର ଥିବାବେଳେ ପଙ୍କଜ ଓ ନୀଳିମା ଅଲଗା ହୋଇଯାଇଥିଲେ। ପଙ୍କଜଙ୍କ ଠାରୁ ଅଲଗା ହେବା ପରେ ନୀଳିମା ଅଭିନେତା ରାଜେଶ୍‌ ଖଟ୍ଟରଙ୍କୁ ବିବାହ କରିଥିଲେ। ରାଜେଶ୍‌ ଓ ନୀଳିମାଙ୍କର ଗୋଟିଏ ପୁଅ ଇଶାନ୍‌ ଖଟ୍ଟର।  ୨୦୦୧ରେ ରାଜେଶ୍‌ଙ୍କ ଠାରୁ ଅଲଗା ହେବା ପରେ ଶେଷରେ ସେ ନିଜ ପିଲାଦିନର ବନ୍ଧୁ ଓସ୍ତାଦ୍‌ ରାଜା ଅଲ୍ଲୀ ଖାନ୍‌ଙ୍କୁ ତୃତୀୟ ବିବାହ କରିଥିଲେ।

ସିଦ୍ଧାର୍ଥ ରାୟ କପୁର:  ସିଦ୍ଧାର୍ଥ ରାୟ କପୁର ଅଭିନେତ୍ରୀ ବିଦ୍ୟା ବାଲନ୍‌ଙ୍କୁ ତୃତୀୟ ବିବାହ କରିଥିଲେ। ବିଦ୍ୟାଙ୍କ ପୂର୍ବରୁ ସିଦ୍ଧାର୍ଥ ନିଜ ପିଲାଦିନର ବନ୍ଧୁ ଆରତି ବଜାଜଙ୍କୁ ପ୍ରଥମ ଓ ଦ୍ୱିତୀୟରେ ଟିଭି ପ୍ରୋଯୋଜକ କବିତାଙ୍କୁ ବବାହ କରିଥିଲେ।

 

 



from OdishaReporter https://ift.tt/2AL2ZrK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages