ହାତଛଡ଼ା ହୋଇଯିବ କି ‘ଜାତୀୟ ଯୋଗ ଗବେଷଣା ପ୍ରତିଷ୍ଠାନ ଓ ହସ୍ପିଟାଲ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

ହାତଛଡ଼ା ହୋଇଯିବ କି ‘ଜାତୀୟ ଯୋଗ ଗବେଷଣା ପ୍ରତିଷ୍ଠାନ ଓ ହସ୍ପିଟାଲ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ୮ ବର୍ଷ ଧରି ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁ ରାଜଧାନୀ ଭୁବନେଶ୍ୱରରେ ‘ଜାତୀୟ ଯୋଗ ଓ ନାଚୁରୋପାଥି ଗବେଷଣା ପ୍ରତିଷ୍ଠାନ’ ସ୍ଥାପନ ସମ୍ଭବପର ହୋଇପାରୁନି। କେନ୍ଦ୍ର ସରକାର ୨୦୧୦ ମସିହାରୁ ଏହି ଜାତୀୟ ପ୍ରତିଷ୍ଠାନ ସହ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ସ୍ଥାପନ ନିମନ୍ତେ ଅର୍ଥ ମଞ୍ଜୁର କରିଛନ୍ତି। କିନ୍ତୁ ଓଡ଼ିଶା ସରକାରଙ୍କ ଅନାଗ୍ରହ ଯୋଗୁ ଏହି ପ୍ରକଳ୍ପ ଏ ପର୍ଯ୍ୟନ୍ତ ଅଧପନ୍ତରିଆ ହୋଇ ପଡ଼ିରହିଛି।

ଆଜି ଏ ସମ୍ପର୍କରେ କେନ୍ଦ୍ର ଆୟୂଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ରାଜ୍ୟସଭାରେ ସୂଚନା ଦେଇ କହିଛନ୍ତି ଯେ, ଭୁବନେଶ୍ୱର ନିକଟରେ ଏହି ଗବେଷଣା ପ୍ରତିଷ୍ଠାନ ଓ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ସ୍ଥାପନ ପାଇଁ ୨୦୧୦ ମସିହାରେ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ। କେନ୍ଦ୍ର ସରକାର ଏଥିପାଇଁ ପ୍ରାରମ୍ଭିକ ଭାବେ ୪.୭୩ କୋଟି ଟଙ୍କା ଅଟକଳ କରି ୧.୫୭ କୋଟି ଟଙ୍କା ଯୋଗାଇ ଦେଇଛନ୍ତି।

ଭୁବନେଶ୍ୱର ସିପିଡବ୍ଲ୍ୟୁଡିକୁ ଏହି ପ୍ରତିଷ୍ଠାନ ନିମନ୍ତେ ଚିହ୍ନଟ ଜମିରେ ପାଚେରୀ ନିର୍ମାଣ କାର୍ଯ୍ୟ କରିବାକୁ କୁହାଯାଇଥିଲା। କିନ୍ତୁ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରିନି। ଅବଶ୍ୟ ଏହି ପ୍ରତିଷ୍ଠାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପ୍ରସ୍ତାବ ଏବେ କେନ୍ଦ୍ର ସରକାରଙ୍କ ବିଚାରାଧୀନ ନାହିଁ ବୋଲି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଲିଖିତ ଉତର ଦେଇ ମନ୍ତ୍ରୀ ଶ୍ରୀ ନାଏକ ଏହା କହିଛନ୍ତି।

ଅପରପକ୍ଷରେ ମିଳିଥିବା ସୂଚନା ଅନୁସାରେ ଚନ୍ଦକା ନିକଟସ୍ଥ ଛତାବର ପଞ୍ଚାୟତ ଅଧୀନ ବିଞ୍ଝଗିରି ଗାଁରେ ଏହି ଗବେଷଣା ପ୍ରତିଷ୍ଠାନ ଓ ହସ୍ପିଟାଲ ନିର୍ମାଣ ନିମନ୍ତେ ୨୦ ଏକର ଜମି ମାଗଣା ଜମି ରାଜ୍ୟ ସରକାର ଯୋଗାଇ ଦେଇଥିଲେ। କିନ୍ତୁ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ଏହି ଜମିରେ ପାଚେରୀ ନିର୍ମାଣ ସମ୍ଭବ ହୋଇପାରିନି।

କେନ୍ଦ୍ର ସରକାର ଏହି ଗବେଷଣା ପ୍ରତିଷ୍ଠାନ ଓ ହସ୍ପିଟାଲ ପାଇଁ ୩୫ କୋଟି ଟଙ୍କା ବ୍ୟୟ କରିବେ ବୋଲି ଘୋଷଣା କରିଥିଲେ। କେନ୍ଦ୍ର ସରକାରଙ୍କ ବାରମ୍ବାର ରିମାଇଣ୍ଡର ସତ୍ୱେ ରାଜ୍ୟ ସରକାର ଏହି ଜାତୀୟ ପ୍ରତିଷ୍ଠାନ ନିମନ୍ତେ ଆନ୍ତରିକତା ଦେଖାଉ ନଥିବା ଜଣାପଡ଼ିଛି।



from OdishaReporter https://ift.tt/2vqBezA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages