ଚାଲିଛି ଭିଭୋ ଫ୍ରିଡମ୍‌ କାର୍ନିଭାଲ୍‌ : ୪୪,୯୯୦ ଟଙ୍କିଆ ଫୋନ୍‌ ମିଳୁଛି ମାତ୍ର ୧,୯୪୭ ଟଙ୍କାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

ଚାଲିଛି ଭିଭୋ ଫ୍ରିଡମ୍‌ କାର୍ନିଭାଲ୍‌ : ୪୪,୯୯୦ ଟଙ୍କିଆ ଫୋନ୍‌ ମିଳୁଛି ମାତ୍ର ୧,୯୪୭ ଟଙ୍କାରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ୭୨ତମ ସ୍ୱାଧିନତା ଦିବସ ଉପଲକ୍ଷେ ମୋବାଇଲ୍‌ କମ୍ପାନୀ ଭିଭୋ ନିଜର ଫ୍ରିଡମ୍‌ କାର୍ନିଭାଲ୍‌ ସେଲ୍‌ ଆରମ୍ଭ କରିଦେଇଛି। ଏହି ସେଲ୍‌ ଅଗଷ୍ଟ ୭ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସେଲ୍‌ରେ ଗ୍ରାହକମାନଙ୍କୁ ଫ୍ଲାସ୍ ଡିଲସ୍, ଏକ୍ସକ୍ଲୁସିଭ ଡିସ୍‌କାଉଣ୍ଟ, ହଟ୍ ଡିଲସ୍, କୁପନ୍‌ସ୍‌ ଓ ଲକି ଡ୍ର ଭଳି ଅନେକ ଅଫର୍‌ ଦିଆଯାଉଛି।

ଏହା ବ୍ୟତୀତ ଗ୍ରାହକଙ୍କୁ HDFC କ୍ରେଡିଟ୍‌ nକାର୍ଡ EMI ସହ ୫ ପ୍ରତିଶତ ଅତିରିକ୍ତ କ୍ୟାଶ୍‌ବ୍ୟାକ୍‌ ଦିଆଯିବ। ଏହା ବ୍ୟତୀତ କିଛି ସ୍ମାର୍ଟଫୋନ୍‌ ସହ ମାଗଣା ବ୍ଲୁଟୁଥ୍‌ ଇୟରଫୋନ୍ ମଧ୍ୟ ଦିଆଯାଉଛି। ଏସବୁ ବାଦ୍, ବର୍ଷେ ଯାଏ ନୋ କଷ୍ଟ୍ EMIର ସୁବିଧା ସହ ୪,୦୫୦ ଟଙ୍କାର ଫାଇଦା ଜିଓ ତରଫରୁ ମିଳୁଛି।

ବଜାରରେ Vivo Nex ଓ VIVO Vo ଯଥାକ୍ରମେ ୪୪,୯୯୦ ଟଙ୍କା ଓ ୨୦,୯୯୦ରେ ମିଳୁଥିବାବେଳେ, ଏହି ସେଲ୍‌ରେ ଦୁଇଟିଯାକ ସ୍ମାର୍ଟ୍‌ ଫୋନ୍ ୧,୯୪୭ ଟଙ୍କାରେ ଉପଲବ୍ଧ ହେବ। ଏଗୁଡ଼ିକର ସେଲ୍‌ ଏହି ତିନିଦିନ ଦିନ ୧୨ଟାରେ ଫ୍ଲାସ୍‌ସେଲ୍‌ ଭାବେ କରାଯିବ।

ଏସବୁ ବ୍ୟତୀତ ସେଲ୍‌ରେ Vivo Y66 ୮,୯୯୦ ଟଙ୍କା, Vivo Y55s ୮,୪୯୦ ଟଙ୍କା ଓ Vivo Y69 ୯,୯୯୦ଟଙ୍କାରେ ମିଳୁଛି। ଏହା ସହ ଭିଭୋର ଅନ୍ୟ ସ୍ମାର୍ଟ୍‌ଫୋନ୍‌ଗୁଡ଼ିକ V9 Youth, Y83 ଓ Y71ରେ ମଧ୍ୟ ଏକ୍ସକ୍ଲୁସିଭ୍ ଅଫର ମିଳୁଛି।

ସ୍ମାର୍ଟ୍‌ଫୋନ୍‌ ବ୍ୟତୀତ ଭିଭୋର XE100 ଇୟରଫୋନ୍‌, ଭିବୋ USB କେବଲ୍ ଓ XE680 ଇୟରଫୋନ୍‌ ମାତ୍ର ୭୨ ଟଙ୍କାରେ ମିଳୁଛି।



from OdishaReporter https://ift.tt/2vJF71X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages