
ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସହର ଉପକଣ୍ଠରେ ଥିବା ପାଗନଈ ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଶଳା,ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଚିତରଞ୍ଜନ ବୋରା ଓ ତାଙ୍କ ଶଳା ସୁଦର୍ଶନ ହେମ୍ବ୍ରମ।
ଗତକାଲି ବିଳମ୍ୱିତ ରାତିରେ ସୋନାପୁରରୁ ଏକ ବାଇକ୍ ଯୋଗେ ଉଭୟ ଶଳାଭିଣୋଇ ଘରକୁ ଫେରୁଥିଲେ। ପାଗନଈ ନିକଟରେ ବାଇକ୍ଟି ଭାରସାମ୍ୟ ହରାଇ ଏକ ନାଳ ଭିତରକୁ ପଶି ଯାଇଥିଲା। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା।
ଆଜି ସକାଳେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୁଲିସ୍ ମୃତଦେହଗୁଡ଼ିକୁ ଜବତ କରିଥିଲା। ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।
from Odisha Reporter https://ift.tt/2PE2eEi
No comments:
Post a Comment