
ରୋହତକ: ହରିୟାଣାର ରୋହତକରେ ଥିବା ଏକ ‘ଗୁରୁକୁଳ'(ଶିକ୍ଷାନୁଷ୍ଠାନ)ରେ ୫ ଜଣ ଛାତ୍ର ସେମାନଙ୍କ ସିନିୟର୍ମାନଙ୍କ ଦ୍ୱାରା ଯୌନଶୋଷଣର ଶିକାର ହୋଇଥିବା ଅଭିଯୋଗ ହୋଇଛି।
ଘଟଣା ସଂପର୍କରେ ଜଣାପଡ଼ିବା ପରେ ଗୁରୁକୁଳରେ ପଢ଼ୁଥିବା ପିଲାଙ୍କ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ନିଜ ପିଲାଙ୍କ ସହ ଏମିତି କିଛି ହୋଇଥିବା ଆଶଙ୍କାରେ ସେମାନେ ଚିନ୍ତିତ ହୋଇପଡ଼ିଛନ୍ତି।
ଅଭିଯୋଗ ହେବା ପରେ ପୁଲିସ୍ ଗୁରୁକୁଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଗୁରୁକୁଳର ଆଚାର୍ଯ୍ୟ ହରିଦତ୍ତ କହିଛନ୍ତି, “ଘଟଣାରେ ସତ୍ୟତା ଅଛି କି ନାହିଁ ପୁଲିସ୍ ହିଁ କହି ପାରିବ। କେବେ କେବେ ପିଲାମାନଙ୍କ ମଧ୍ୟରେ କିଛି ବିବାଦ ହୋଇଥାଏ। ଏହାକୁ ଆମେ ବୁଝିବା ସହ କାର୍ଯ୍ୟାନୁଷ୍ଠାନ ନେଇଥାଉ।”
ସେ ଆହୁରି କହିଛନ୍ତି, “ଯେଉଁ ପିଲାଙ୍କର ଏଠାରେ ରହି ପଢ଼ିବାକୁ ଆଗ୍ରହ ନଥାଏ, ସେମାନେ ବିଭିନ୍ନ ପ୍ରକାର ଅଭିଯୋଗ ଆଣିଥାନ୍ତି। ଏପରି ମିଛ ଅଭିଯୋଗ ଆଣି ସେମାନେ ଏଠାରୁ ପଳାଇବାକୁ ଚେଷ୍ଟା କରିଥାନ୍ତି। କିଛି ଛାତ୍ର ଯୌନଶୋଷଣ ଅଭିଯୋଗ ଆଣିଛନ୍ତି। ଏହାର ତଦନ୍ତ ଚାଲିଛି। ସତ୍ୟାସତ୍ୟ ଜଣାପଡ଼ିଯିବ।”
ସୂଚନାଯୋଗ୍ୟ, ୧୯୯୧ରୁ ଏହି ଗୁରୁକୁଳ ଚାଲିଛି। ୬ ଏକର ଜମିରେ ଏହି ଗୁରୁକୁଳ ରହିଛି। ଏଠାରେ ୨୦୦ ପିଲା ହଷ୍ଟେଲ୍ରେ ରହି ପଢ଼ୁଛନ୍ତି।
from Odisha Reporter https://ift.tt/2LsJkgk
No comments:
Post a Comment