ଚାଣକ୍ୟ ନୀତି: ଜଣଙ୍କ ଭୁଲର ଦଣ୍ଡ ଅନ୍ୟକୁ ଭୋଗିବାକୁ ପଡ଼େ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ଚାଣକ୍ୟ ନୀତି: ଜଣଙ୍କ ଭୁଲର ଦଣ୍ଡ ଅନ୍ୟକୁ ଭୋଗିବାକୁ ପଡ଼େ

chanakya

ଅର୍ଥଶାସ୍ତ୍ର ରଚୟିତା ପଣ୍ଡିତ ଚାଣକ୍ୟ ଜଣେ ଦାର୍ଶନିକ। ସେ ବିଷ୍ଣୁଗୁପ୍ତ ନାମରେ ମଧ୍ୟ ପରିଚିତ। ତାଙ୍କ ବାଣୀ ଅକ୍ଷରେ ଅକ୍ଷରେ ସତ ହୋଇଛି। ତାଙ୍କ ଉପଦେଶକୁ ଜୀବନରେ ଉପଯୋଗ କଲେ ଏକ ନିର୍ଭୁଲ ଜୀବନ ବିତାଇ ପାରିବା, ଏଥିରେ ସନ୍ଦେହ ନାହିଁ।

ସେ ତାଙ୍କର ଅସୀମ ଜ୍ଞାନକୁ ନିଜ ଭିତରେ ସୀମିତ ନ ରଖି ପୁସ୍ତକରେ ଆଗାମୀ ପିଢ଼ି ପାଇଁ ଛାଡ଼ି ଦେଇ ଯାଇଛନ୍ତି।

ସେ ତାଙ୍କ ପୁସ୍ତକରେ ପାପ ଓ ଭୁଲ୍‌କୁ ନେଇ ଉଲ୍ଲେଖ କରି ଯାଇଛନ୍ତି। ଏଥିରେ କିଏ ଭୁଲ୍‌ କଲେ ଦଣ୍ଡ କାହାକୁ ମିଳିଥାଏ ଉଲ୍ଲେଖ ରହିଛି।

ଅସନ୍ତୁ ଜାଣିବା ଚାଣକ୍ୟଙ୍କ ଏହି ଉପଦେଶ ବିଷୟରେ।

ଚାଣକ୍ୟ କହିବା ଅନୁସାରେ ଯେଉଁମାନେ ପାପ କିମ୍ବା ଭୁଲ୍‌ କରିଥାନ୍ତି, ତାଙ୍କୁ ଦଣ୍ଡ ମିଳି ନ ଥାଏ। ଏହାର କୁପରିଣତି ଅନ୍ୟଙ୍କୁ ଭୋଗିବାକୁ ପଡ଼ିଥାଏ।

ତାଙ୍କ ମତରେ ଜଣେ ବ୍ୟକ୍ତି ଅକ୍ରାନ୍ତ ପରିଶ୍ରମ କରି ଗୋଟିଏ କାମ କରିଥାଏ। ହେଲେ, ଏହାର ବାଃ ବାଃ ଅନ୍ୟ କିଏ ନେଇଥାଏ।

ଚାଣକ୍ୟଙ୍କ ମତରେ ଜଜ୍‌ମାନ ଭୁଲ୍‌ ପାଇଁ ପୁରୋହିତ ଦଣ୍ଡିତ ହୋଇଥାଏ।

ଯଦି ରାଜା ଭୁଲ କରନ୍ତି, ସେ ଏଥିପାଇଁ ଦଣ୍ଡ ପାଇ ନଥାନ୍ତି। ତାଙ୍କ ଭୁଲର ଦଣ୍ଡ ତାଙ୍କ ପରାମର୍ଶଦାତାଙ୍କୁ ଭୋଗିବାକୁ ପଡ଼ିଥାଏ।

ଗୁରୁ କୌଣସି ଭୁଲ କଲେ, ଖସି ଯିବେ। ହେଲେ, ଏହାର ଦଣ୍ଡ ଶିଷ୍ୟଙ୍କୁ ମିଳିଥାଏ।

ସେହିକରି ସ୍ୱାମୀ କରିଥିବା ଭୁଲ୍ ପାଇଁ ସ୍ତ୍ରୀଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିଥାଏ ବୋଲି ଚାଣକ୍ୟ କହି ଯାଇଛନ୍ତି।

ଚାଣକ୍ୟ ନୀତି ଅନୁସାରେ ଏପରି ବ୍ୟକ୍ତି ସହ ବନ୍ଧୁତ୍ୱ କରିବା ଉଚିତ୍‌, ଯିଏକି ନିଜର ବୁଦ୍ଧି ଓ ବିବେକ ସହ କାମ କରୁଥିବ। ଅଥାର୍ଥ ଅବିବେକୀ ଭାବେ କାମ କରି ଅନ୍ୟକୁ ସମସ୍ୟାରେ ପକାଉ ଥିବା ଲୋକଠାରୁ ସବୁବେଳେ ଦୂରେଇ ରହିବା ଉଚିତ୍‌



from OdishaReporter https://ift.tt/2MpN3zC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages