
ଧର୍ମଗଡ଼( ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଲଡୁଗାଁ ଅଞ୍ଚଳରେ ସାଂଘାତିକ ରୂପ ନେଲାଣି ଡେଙ୍ଗୁ। ଲଡୁଗାଁ ପରେ ଆଏଁଲି, ଓରମା ଏବଂ ଫୁପ୍ ଗାଁକୁ ଡେଙ୍ଗୁ ଡେଇଁଛି। ଏହି ଅଞ୍ଚଳରେ ୧୦ ଜଣ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି। ଆହୁରି ୫୯ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇ ପଠାଯାଇଛି।
ଲଡୁଗାଁରେ ଏନ୍ଏସିର ଏକ ଟିମ୍ ଦ୍ୱାରା ସଫେଇ କାମ ଜାରି ରହିଛି। ଡେଙ୍ଗୁ ସ୍ଥିତି ନେଇ ଗତକାଲି ଲଡ଼ୁଗାଁରେ ସାହିକୁ ସାହି ବୁଲି ଜିଲ୍ଲା ପ୍ରଶାସନ ଲୋକଙ୍କୁ ସଚେତନ କରିଥିଲା। ଜିଲ୍ଲାପାଳ ଓ ସିଡିଏମ୍ଓ ସମେତ ଜିଲ୍ଲା ପ୍ରଶାସନର ଟିମ୍ ଗାଁରେ ପରିମଳ ବ୍ୟବସ୍ଥାର ସ୍ଥିତି ପରଖିଥିଲେ। ଲଡୁଗାଁରେ ରାସ୍ତା ଉପରେ ଥିବା ଅଳିଆ ଆବର୍ଜନା ମଧ୍ୟ ସଫା କରାଯାଇଛି।
from OdishaReporter https://ift.tt/2Mh2gUo

No comments:
Post a Comment