ଏସିଆନ୍ ଗେମ୍ସ୍‌: ମହିଳା ବ୍ୟାଡ୍‌ମିଣ୍ଟନ୍‌ ସେମିରେ ସିନ୍ଧୁ ଓ ସାଇନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 26, 2018

ଏସିଆନ୍ ଗେମ୍ସ୍‌: ମହିଳା ବ୍ୟାଡ୍‌ମିଣ୍ଟନ୍‌ ସେମିରେ ସିନ୍ଧୁ ଓ ସାଇନା

saina

ଜାକର୍ତ୍ତା: ଏସିଆନ୍ ଗେମ୍ସ୍‌ ମହିଳା ବ୍ୟାଡ୍‌ମିଣ୍ଟନ୍‌ ବର୍ଗରେ ଭାରତ ଦୁଇଟି ପଦକ ନିଶ୍ଚିତ କରିଛି। ରବିବାର ଅନୁଷ୍ଠିତ କ୍ୱାର୍ଟର୍‌ ଫାଇନାଲ୍‌ରେ ଭାରତୀୟ ଷ୍ଟାର୍ଟ ଶଟଲର୍‌ ପିଭି ସିନ୍ଧୁ ଓ ସାଇନା ନିଜ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି।

ଆଜି କ୍ୱାର୍ଟର୍‌ ଫାଇନାଲ୍‌ରେ ଭାରତୀୟ ତାରକା ସାଇନା ନେହୱାଲ୍‌ ତାଙ୍କ ଥାଇଲ୍ୟାଣ୍ଡ୍‌ ପ୍ରତିଦ୍ୱନ୍ଦ୍ୱୀ ରାତ୍ଚାକ ଇନ୍ଟାନନ୍‌ଙ୍କୁ ସିଧାସଳଖ ୨୧-୧୮, ୨୧-୧୬ ସେଟ୍‌ରେ ପରାସ୍ତ କରିଥିଲେ। ସାଇନା ସେମିଫାଇନାଲ୍‌ରେ ବିଶ୍ୱର ଏକ ନମ୍ବର ଖେଳାଳି ତଥା ଚାଇନିଜ୍‌ ତାଇପେଇର ତାଇ ଜୁ ୟିଙ୍ଗ୍‌ଙ୍କୁ ଭେଟିବେ।

ଅନ୍ୟ ଏକ କ୍ୱାର୍ଟର୍‌ଫାଇନାଲ୍ ମ୍ୟାଚ୍‌ରେ ରିଓ ଅଲିମ୍ପିକ୍ସରେ ରୌପ୍ୟ ବିଜୟିନୀ ପିଭି ସିନ୍ଧୁ ତାଙ୍କ ଥାଇ ପ୍ରତିଦ୍ୱନ୍ଦ୍ୱୀ ନିତଚାନ୍ ଜିନ୍ଦାପଲ୍‌ଙ୍କୁ ୨୧-୧୬.୧୬-୨୧ ଏବଂ ୨୧-୧୪ ସେଟ୍‌ରେ ପରାସ୍ତ କରି ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି।

ସେମିରେ ସିନ୍ଧୁ, ବିଶ୍ଵର ନମ୍ବର-୨, ଜାପାନ୍‌ର ଆକାନେ ୟାମାଗୁଚି ଓ ଚାଇନାର ଚେନ୍‌ ୟୁଫେଇଙ୍କ ମଧ୍ୟରେ ହେବାକୁ ଥିବା କ୍ୱାର୍ଟର୍ ଫାଇନାଲ୍‌ ମ୍ୟାଚ୍‌ର ବିଜୟିନୀଙ୍କୁ ଭେଟିବେ।

ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ପରେ ସିନ୍ଧୁ କହିଛନ୍ତି ଯେ ଦ୍ୱିତୀୟ ସେଟ୍‌ରେ କିଛି ତ୍ରୁଟି କରିବାରୁ ତାଙ୍କ ଥାଇ ପ୍ରତିଦ୍ୱନ୍ଦ୍ୱୀ ମ୍ୟାଚ୍‌କୁ ଫେରିଥିଲେ। ତେବେ ତୃତୀୟ ସେଟ୍‌ରେ ଏହି ତ୍ରୁଟିକୁ ସଜାଡ଼ି ସେ ମ୍ୟାଚ୍‌କୁ କବ୍‌ଜା କରିବାରେ ସଫଳ ହୋଇଥିଲେ।

ସେହିପରି ଆରମ୍ଭରୁ ଧିମା ଖେଳିଥିବା ସାଇନା ପରବର୍ତ୍ତୀ ସମୟରେ ମ୍ୟାଚ୍‌କୁ ସଂପୂର୍ଣ୍ଣ ନିଜ ନିୟନ୍ତ୍ରଣକୁ ନେବା ସହ ସିଧାସଳଖ ସେଟ୍‌ରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିଥିଲେ।

ସୂଚନାଯୋଗ୍ୟ, ଲଣ୍ଡନର ଗୋଲ୍‌ଡ କୋଷ୍ଟ୍‌ରେ ଆୟୋଜିତ କମନ୍‌ୱେଲ୍‌ଥ୍‌ ଗେମ୍ସ୍‌ରେ ଉଭୟ ସାଇନା ଓ ସିନ୍ଧୁ ମହିଳା ବ୍ୟାଡ୍‌ମିଣ୍ଟନ୍‌ର ଫାଇନାଲ୍‌ରେ ପହଞ୍ଚିଥିଲେ। ତେବେ ଏହି ଭାରତୀୟ ଫାଇନାଲ୍‌ ମୁକାବିଲାରେ ସାଇନା ବାଜି ମାରିନେଇଥିବାବେଳେ ସିନ୍ଧୁ ରନର୍ସ ଅପ୍ ହୋଇଥିଲେ।



from Odisha Reporter https://ift.tt/2Lt04nx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages